BREAKING
Loading...
:

ଏକାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପରିଚୟାତ୍ମକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

 ଏକାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପରିଚୟାତ୍ମକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 



ଗଣିଆ୨୫/୦୭(ମଣିଭଦ୍ରା ଖବର)  ଗଣିଆରେ ଥିବା ରଘୁନାଥ ଜୀଉ ଉଚ୍ଚ ମାଧ୍ୟମକ ବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା ଏକାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ଉତ୍ତମ ଭବିଷ୍ୟତକୁ କାମନା କରି ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଅନୁସାରେ " ପରିଚୟାତ୍ମକ ପ୍ରଶିକ୍ଷଣ କାର୍ଯକ୍ରମ" ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟକ୍ଷା ସଲିଲା ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଓଡ଼ିଆ ଅଧ୍ୟାପିକା ଶାନ୍ତିଲତା ବେହେରା, ଇତିହାସ ଅଧ୍ୟାପକ ତାରିଣୀ ପ୍ରସାଦ ଆଚାର୍ଯ୍ୟ, ଅର୍ଥଶାସ୍ତ୍ର ଅଧ୍ୟାପିକା ଧରାତ୍ମଜା ପ୍ରଧାନ,ତର୍କଶାସ୍ତ୍ର ଅଧ୍ୟାପକ ସୁନିଲ କୁମାର ନାୟକ,ସମାଜ ଶାସ୍ତ୍ର ଅଧ୍ୟାପକ ପ୍ରସନ୍ନ କୁମାର ସାହୁ, ଶାରୀରିକ ଶିକ୍ଷକ ଶେଷଦେବ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସଂସ୍କୃତ ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ବଘାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନୂତନ ଭାବେ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟାପକ ଅଧ୍ୟାପିକା ମାନେ ଉତ୍ତମ ଛାତ୍ର ଗଠନ ସହିତ ଉତ୍ତମ ଚରିତ୍ର ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଛାତ୍ର ଛାତ୍ରୀ ମାନେ ବିଶୃଙ୍ଖଳା ପରିତ୍ୟାଗ କରି ଭଲ ପାଠ ପଢି ବିଦ୍ୟାଳୟର ନାଁ ରଖିବାକୁ ଅଧ୍ୟକ୍ଷା ମତ ଦେଇଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପିକା ଅର୍ଚ୍ଚନା ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS