BREAKING
Loading...
:

ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫା, ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା*

 



*ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫା, ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା । ସେ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି । ଚିକିତ୍ସାକୁ ପ୍ରାଥମିକତା ଓ ଡାକ୍ତରଙ୍କ ପରାମର୍ଶ ପାଳନ କରି ସେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ଲେଖିଛନ୍ତି । ଏହାସହ ସହଯୋଗ ଓ ସୁସମ୍ପର୍କ ପାଇଁ ସେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଛନ୍ତି । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସହଯୋଗ ପାଇଁ ସେ କୃତଜ୍ଞ ବୋଲି ଉଲ୍ଲେଖ କରିଛନ୍ତି । 



 ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫା, ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା


ଦେଶର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ସଭାପତି ଥିବା ଜଗଦୀପ ଧନଖଡ଼ ଆଜି ପଦରୁ ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।  ସେ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି । ଚିକିତ୍ସାକୁ ପ୍ରାଥମିକତା ଓ ଡାକ୍ତରଙ୍କ ପରାମର୍ଶ ପାଳନ କରି ସେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ଲେଖିଛନ୍ତି । ଏହାସହ ସହଯୋଗ ଓ ସୁସମ୍ପର୍କ ପାଇଁ ସେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଛନ୍ତି । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସହଯୋଗ ପାଇଁ ସେ କୃତଜ୍ଞ ବୋଲି ଉଲ୍ଲେଖ କରିଛନ୍ତି । 



୨୦୨୨ ସେ ୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ୨୦୨୨ ଅଗଷ୍ଟ ୬ ରେ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ସେ ବିରୋଧୀମେଣ୍ଟର ପ୍ରାର୍ଥୀ ମାଗରିଟ ଅଲ୍ୱାଙ୍କୁ ପରାଜିତ କରିଥିଲେ । ମୋଟ ୭୨୫ ଭୋଟରୁ ଧନଖଡ଼ଙ୍କୁ ୫୨୮ ଟି ଭୋଟ ମିଳିଥିଲା ଓ ତାଙ୍କ ବିରୋଧୀ ପ୍ରାର୍ଥୀଙ୍କୁ ମାତ୍ର ୧୮୨ ଖଣ୍ଡ ଭୋଟ ମିଳିଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS