BREAKING
Loading...
:

ଯୋଗାଣମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ଲାଷ୍ଟିକ ନୁହେଁ ବରଂ କାଚ ବୋତଲରେ ତେଲ ଦେଇପାରିବ ପେଟ୍ରୋଲ ପମ୍ପ

 ଯୋଗାଣମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ଲାଷ୍ଟିକ ନୁହେଁ ବରଂ କାଚ ବୋତଲରେ ତେଲ ଦେଇପାରିବ ପେଟ୍ରୋଲ ପମ୍ପ



ବାଲେଶ୍ୱର ଫକୀରମୋହନ କଲେଜ ଘଟଣା ପରେ ରାଜ୍ୟ ଯୋଗାଣ ବିଭାଗ ଏକ ବଡ଼ ନିର୍ଦ୍ଦେଶନାମା ଜାରି କରିଥିଲେ । ଏଥିରେ କୁହାଯାଇଥିଲା କି କୌଣସି ପେଟ୍ରୋଲପମ୍ପ୍ ଗ୍ରାହକଙ୍କୁ ବୋତଲରେ ତେଲ ଦେଇପାରିବ ନାହିଁ । ହେଲେ ଦୁଇଦିନ ପରେ ଏହି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିଛି ଯୋଗାଣ ବିଭାଗ । ଆଜି ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି କି, ପେଟ୍ରୋଲ ପମ୍ପ୍ ଗୁଡିକ ପ୍ଲାଷ୍ଟିକ ବୋତଲ ନୁହେଁ ବରଂ କାଚ ବୋତଲରେ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ଦେଇପାରିବେ ।


ଯୋଗାଣମନ୍ତ୍ରୀଙ୍କ ନୂଆ ନିର୍ଦ୍ଦେଶ ମୁତାବକ ପ୍ଲାଷ୍ଟିକରେ ପେଟ୍ରୋଲ ବିକ୍ରି ହେବ ନାହିଁ । ଯେଉଁମାନେ ନୀତି ବିରୁଦ୍ଧରେ ବିରୋଧରେ ଯିବେ ସେମାନଙ୍କ ଉପରେ ଆକ୍ସନ ନିଆଯିବ । ରାସ୍ତା ଘାଟରେ ପ୍ଲାଷ୍ଟିକରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ । ବାହାରେ ବିକ୍ରି ରୋକିବା ପାଇଁ ଚଢ଼ାଉ ହେବ ।


ପେଟ୍ରୋଲ ପମ୍ପ ସଙ୍ଘ ଓ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବ । ଅଧିକାରୀଙ୍କ ନିର୍ଦ୍ଦେଶ ବାହାରେ ବିନା ଲାଇସେନ୍ସରେ ପେଟ୍ରୋଲ ବିକ୍ରି କଲେ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରାଯିବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS