ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ପରିଣତ ହେବ ପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୩୦ ଲକ୍ଷ ମଞ୍ଜୁର
ଖଣ୍ଡପଡ଼ା ୧୮|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହରାଞ୍ଚଳସ୍ଥିତ ପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ଅବହେଳିତ ଅବସ୍ଥାରେ ପଡି ରହିଥିଲା। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରଟିକୁ ରାଜ୍ୟ ସରକାର ପୁନର୍ବାସ ଅତ୍ୟାଧୁନିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେବା ସହ ଏହାର ନବୀକରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଜଣାଯାଇଛି।ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ପ୍ରକାଶିତ ଚିଠିରେ ଉକ୍ତ କେନ୍ଦ୍ରକୁ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଇଥିବାରୁ ଖଣ୍ଡପଡ଼ା ଅଞ୍ଚଳବାସୀଙ୍କ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଛି।ଖୁବଶୀଘ୍ର ଖଣ୍ଡପଡ଼ା ପୂର୍ତ୍ତବିଭାଗ ଜରିଆରେ
ପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନବୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଧେଶ୍ୟାମ କାଲୋଙ୍କ ଠାରୁ ପ୍ରକାଶ। ଖଣ୍ଡପଡ଼ାରେ ପୁନର୍ବାସ କେନ୍ଦ୍ରଟି କାର୍ଯ୍ଯକ୍ଷମ ହେଲେ ଭିନ୍ନକ୍ଷମ ବ୍ୟକ୍ତିମାନେ ଏଠାରେ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ପାରିବେ ବୋଲି ଜଣାପଡିଛି। ପ୍ରକାଶଥାଉକି ରାଜ୍ୟ
ସରକାର ପ୍ରତ୍ୟେକ ଜିଲ୍ଲାରେ ଏହି କେନ୍ଦ୍ର ଖୋଲିବା ନିମନ୍ତେ ଗତ ୨୦୨୩ ମସିହାରେ ନିଷ୍ପତ୍ତି ନେଇଥିଲେ। ନୟାଗଡ ଜିଲ୍ଲାର ଏକମାତ୍ର ପୁର୍ନବାସ କେନ୍ଦ୍ର ଭାବେ ଖଣ୍ଡପଡ଼ାରେ ଏହି କେନ୍ଦ୍ରଟି କାର୍ଯ୍ୟକ୍ଷମ ହେବାକୁ ଯାଉଥିବାରୁ ଅଞ୍ଚଳବାସୀ ଏଥି ନିମନ୍ତେ ରାଜ୍ୟସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


Post a Comment