BREAKING
Loading...
:

ଗଣିଆ ଉନ୍ନୟନ କମିଟି ତରଫରୁ ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ.

 ଗଣିଆ ଉନ୍ନୟନ କମିଟି ତରଫରୁ ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ



ନୟାଗଡ଼ (ମଣିଭଦ୍ରା ଖବର) ଗଣିଆ ଉନ୍ନୟନ କମିଟି ଆନୁକୂଲ୍ୟରେ ନୟାଗଡ଼ ଜ଼ିଲ୍ଲା କାର୍ଯ୍ୟାଳୟ ଘଡୁଆଲ ଠାରେ ଏକ ଶିଶୁ ସୁରକ୍ଷା  ବୈଠକ ଅନୁଷ୍ଠିତ ହୋଇଥିଲା । ଗଣିଆ ଉନ୍ନୟନ କମିଟିର ସଭାପତି  ଉଷା ପଟ୍ଟନାୟକ ବିଶ୍ୱ ମାନବ ଚାଲାଣ ଉପରେ ଓ ବାଲ୍ୟ ବିବାହ ଉପରେ ବିସ୍ତୁତ ଭାବେ ଉପସ୍ଥାପନା କରିଥିଲେ, ଏହି କାର୍ଯ୍ୟ କ୍ରମରେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟନ ପ୍ରଧାନ, ସତ୍ୟ ରଞ୍ଜନ ଦାସ,ସିଡିପିଓ ସୌଦାମିନୀ ପଣ୍ଡା,ଓ ଚିତ୍ତରଞ୍ଜନ ରାଉତ ଡୀଏଲଓ, କିଶୋର କୁମାର ମହାପାତ୍ର ଜ଼ିଲ୍ଲା ଶିଶୁ ମଙ୍ଗଳ କମିଟି ଅଧକ୍ଷ ଓ ଜ଼ିଲ୍ଲା ଚାଇଲଡ ହେଲ୍ପ ଲାଇନ ର ପରାମର୍ଶ ଦାତା ଚନ୍ଦ୍ରଶେଖର ବେହେରା ଉପସ୍ଥିତ ଥିଲେ । ବାଲ୍ୟ ବିବାହ ଓ ଶିଶୁ ଚାଲାଣ, ଶିଶୁ ସୁରକ୍ଷା ଉପରେ ଜ଼ିଲ୍ଲାରେ କାମ କରୁଥିବା ସମସ୍ତ ଶିଶୁ ଅଧିକାର ଓ ଆଧିକାରିଣୀ ମାନେ ଉପସ୍ଥିତ ଥିଲେ । ଗଣିଆ ଉନ୍ନୟନ କମିଟି ନୟାଗଡ଼ ଜ଼ିଲ୍ଲା ରେ ୨ଟି ବ୍ଲକ ନୟାଗଡ଼, ଖଣ୍ଡପଡା ସେଥିମଧ୍ୟରୁ ୧୨ ଟି ପଂଚାୟତ ଓ ୫୦ଟି ଗ୍ରାମକୁ ନେଇ ଗଣିଆ ଉନ୍ନୟନ କମିଟି ଏ ଟୁ ଜେ ପ୍ରୋଜେକ୍ଟ ମାଧ୍ୟମରେ ବାଲ୍ୟବିବାହ, ଶିଶୁ ଶ୍ରମିକ ଓ ଶିଶୁ ଚାଲାଣ ଉପରେ କାମ କରୁଛି । ସେହି ୫୦ ଗ୍ରାମରେ ପିଲାମାନଙ୍କୁ ନେଇ ଶିଶୁ ମାନଙ୍କୁ ନେଇ ସଂଗଠନ କରାଯାଉଛି । ପ୍ରତ୍ୟେକ ମନ୍ଦିର ଧାର୍ମିକ ଅନୁଷ୍ଠାନ ର ପୂଜାରୀ ମାନଙ୍କୁ ନେଇ ମଧ୍ୟ ବାଲ୍ୟ ବିବାହ ଉପରେ ସଚେତନତା କରଯାଉଛି ଓ ଶପଥ ପାଠ କରା ଯାଉଛି । ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ଜୁଲାଇ ୧୫ ରୁ ୩୦ ମଧ୍ୟରେ ପ୍ରତ୍ୟକ ସ୍ଥାନରେ ପୋଷ୍ଟର ମାରିବା ସହିତ ଲୋକ ମାନଙ୍କୁ ସଚେତନତା କରା ଯାଉଛି ଓ ନୟାଗଡ ରେଳଷ୍ଟସନରେ ଲୋକ ମାନଙ୍କୁ ମାନବ ଚାଲାଣ ଉପରେ ସଚେତନତା କାର୍ଯ୍ୟକ୍ରମ କରା ଯାଇଥିଲା ।

ମଣିଭଦ୍ରା ଖବର,ନୟାଗଡ

Post a Comment

أحدث أقدم
Header ADS