BREAKING
Loading...
:

ସମାଜସେବୀଙ୍କ ଦେହାନ୍ତ

 



ଆଇନଜୀବୀ ତଥା ସମାଜସେବୀ ତଥା ପୂର୍ବତନ ମହିଳା କର୍ପୋରେଟର ଶ୍ରୀମତୀ ମମତା ରାୟଙ୍କ ସ୍ବାମୀ ଲୁନା ମହାରଣାଙ୍କ ଆଜି ମଧ୍ୟାହ୍ନରେ ଅକାଳ ଦେହାନ୍ତ ଘଟିଛି। ସବୁ କିଛି ଠିକ ଥିବା ବେଳେ ହଠାତ୍ ହୃଦଘାତ ତାଙ୍କର ମୃତ୍ୟୁ ଘଟିଥିବା ଖବରେ ୱାର୍ଡ-୨୬ରେ ସ୍ତବ୍ଧ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କର ବୟସ ମାତ୍ର ୫୬ ବର୍ଷ ଥିଲା ।ଆଜି ମଧ୍ୟାହ୍ନ ସମୟରେ ଘରେ ଥିବାବେଳେ ହଠାତ୍ ସେ ଟଳି ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ଅସଫଳ ହୋଇଥିଲେ । ଶେଷ ସେ ନିଃଶ୍ବାସ ତ୍ୟାଗ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS