BREAKING
Loading...
:

ମାଟିରେ ମିଶିଲାଣି ନଳକୂପ ,କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

 ମାଟିରେ ମିଶିଲାଣି ନଳକୂପ ,କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ         



  ଖଣ୍ଡପଡ଼ା  (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର କ୍ୟାମ୍ପସ-୨ ର ମୁଖ୍ଯ ଫାଟକ ସମ୍ମୁଖରେ ଅବସ୍ଥିତ ନଳକୂପଟା ଦିର୍ଘ ଦିନ ଧରି ଅଚଳ ଅବସ୍ଥାରେ ପଡି ରହିଛି। ଏହାର ମରାମତି ଦିଗରେ ଖଣ୍ଡପଡ଼ା ଜନସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କ ନଜର ଦେଉନଥିବା ବେଳେ ସମୟାନୁକ୍ରମେ ଉକ୍ତ ନଳକୂପଟି ମାଟିରେ ମିଶିବାର ଆଶଙ୍କା ପ୍ରକାଶ ପାଇଛି।ଏକଦା ଉକ୍ତ ନଳକୂପର ପାଣି ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ହେଉଥିଲା। ନଳକୂପଟି ଅଚଳ ହୋଇ ପଡ଼ିଥିବାରୁ ଛାତ୍ରଛାତ୍ରୀମାନେ ସମୟ, ଅସମୟରେ ପାନୀୟଜଳ ମୁନ୍ଦାଏ ସଂଗ୍ରହ ପାଇଁ  ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।ଖଣ୍ଡପଡ଼ା ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସେଥିପ୍ରତି ଦୃଷ୍ଟି ଦେଇ ଅଚଳ ଅବସ୍ଥାରେ ପଡି ରହିଥିବା ନଳକୂପଟିକୁ କାର୍ଯ୍ଯକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି। 

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS