ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିଶାଳ ଗଣବିକ୍ଷୋଭ ଡାକରା ଦେଲା ,-
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଜିଲ୍ଲା କାର୍ଯ୍ଯାଳୟରେ ଜିଲ୍ଲା ଉପସଭାପତି ଘନଶ୍ଯାମ ପିଙ୍ଗୁଆ ଜୋର ଦେଇ କହିଥିଲେ ଯେ, ଗତ ୧୯ ଜୁଲାଇରେ କଣ୍ଟାବଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ପରିସରରେ ରୁଙ୍ଗଟା ଶିଳ୍ପପ୍ରତିଷ୍ଠାନ ନିମନ୍ତେ ଇଡକୋ ଜମି ଅଧିକରଣ ନିମନ୍ତେ ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା l ଏହି ପଲ୍ଲୀସଭାରେ ସପକ୍ଷବାଦୀ ଓ ବିପକ୍ଷବାଦୀମାନଙ୍କର ମତାମତକୁ ନେଇ ଦସ୍ତଖତ ନିଆଯାଇଥିଲା l କିନ୍ତୁ ଫଳାଫଳ ଘୋଷଣା ନେଇ ବିଶୁଙ୍ଖଳା ସୁଷ୍ଟି ହୋଇଥିଲା l ଫଳତଃ ପୋଲିସବାହିନୀ ଲାଠି ଚାଳନା କରିବା ଅତି ନିନ୍ଦନୀୟ l ଏହି ପଲ୍ଲୀସଭାକୁ ପୁନଃବାର କରିବା ପାଇଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦୁଢଦାବୀ କରୁଛି l କାରଣ ଇଡକୋ ଜମି ଅଧିଗ୍ରହଣ ନେଇ ପ୍ରଶାସନ ବହୁବାର ବିଫଳ ହୋଇଛି l ଏ ଅଞ୍ଚଳର ବିକାଶ ପାଇଁ ହେଲେ ଆଗ ମାଟି କଥା ଭାବିବା ତାପରେ ପାର୍ଟି l ବିଗତ ଦିନରେ ସର୍ବଦଳୀୟ ସମ୍ମତିରେ ରେଳ ବିକାଶ ହୋଇଛି l ସର୍ବଦଳୀୟ ଏକତାର ପ୍ରଭାବରେ ରାଇରଙ୍ଗପୁର ଜିଲ୍ଲା ଗଠନ ପ୍ରୟାସ ଜାରି ରହିଥିବା ବେଳେ ଏ ଅଞ୍ଚଳର ଜନସାଧାରଣଙ୍କର ଦାବୀ ସରକାର ଶୁଣିଲେ ଏବଂ ରାଇରଙ୍ଗପୁର ପୋଲିସ ଜିଲ୍ଲା ଘୋଷିତ ହେଲା l ତେବେ ରାଇରଙ୍ଗପୁରରେ ଶିଳ୍ପ ପ୍ରତିଷ୍ଠା ପାଇଁ ସର୍ବଦଳୀୟ ବୈଠକ କାହିଁକି ହେବ ନାହିଁ ? ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଅଧିବାସୀମାନଙ୍କର ସୁରକ୍ଷାକୁ ଦୁଷ୍ଟିରେ ରଖି ଶିଳ୍ପର ବିକାଶ ପାଇଁ ଦଳଗତ ନିର୍ବିଶେଷରେ ଏକ ଶିଳ୍ପ ବିକାଶ କ୍ରିୟାନୁଷ୍ଠାନ କମିଟୀ ଗଠନ ନିମନ୍ତେ ଦୁଢଦାବୀ କରିଥିଲେ l ପରିଶେଷରେ ପୁନଃବାର ପଲ୍ଲୀସଭା କରାଯିବା ନେଇ ଆସନ୍ତା ସୋମବାର ୨୮ ଜୁଲାଇ ଉପଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରାଯିବ ବୋଲି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଚେତାବନୀ ଦେଇଛନ୍ତି l ଉକ୍ତ ବୈଠକରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀ ଚନ୍ଦ୍ରମୋହନ ପିଙ୍ଗୁଆ ଓ କାଳୀଚରଣ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment