ଅବ୍ୟବସ୍ଥାରେ ଚାଲିଛି ଟାକେରା ଉଚ୍ଚ ବିଦ୍ୟାଳୟ, ପ୍ରଧାନଶିକ୍ଷକ ସର୍ବେସର୍ବା
ଦଶପଲ୍ଲା (ବ୍ୟୁରୋ) ନୟାଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଟାକରା ( ଅନୁସୂଚିତ ଜାତି ଓ ଜନଜାତି ବିଭାଗ) ର ପ୍ରଧାନ ଶିକ୍ଷକ ଶ୍ରୀ ମୁକେଶ ଦୁଗାଲ୍ ଙ୍କୁ ନେଇ ଏବେ ଜିଲ୍ଲାରେ ଦୁର୍ନୀତି ର ମାଳମାଳ ଅଭିଯୋଗ ଆସିଛି । ୧୭.୦୫.୨୦୨୩ ରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ୍ ରୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ଭାବେ ଯୋଗଦେଇଥିବା ବେଳେ, ବିବାଦରେ ଛନ୍ଦି ହୋଇ ୧୧.୦୧.୨୦୨୪ ରେ ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ପ୍ରଧାନଶିକ୍ଷକ ଭାବେ ବଦଳି ହୋଇଥିଲେ । ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ ତାଙ୍କୁ ବଦଳି କରିଥିଲେ । ବର୍ତ୍ତମାନ ଟାକରାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ସରକାରୀ ଅର୍ଥ ହଡପ କରିବା, ସହକର୍ମୀ ଙ୍କୁ ଡରେଇବା ସହ ଡିଡିଓ ପାୱାର ର ଅପ ବ୍ୟବହାର କରି ହଇରାଣ କରିବା ର ଧମକ ଦେବା, ସରକାରୀ ନିୟମ ଅନୁସାରେ ଦୈନିକ ଦୁଇଟି ପିରିୟଡ଼ ପାଠ ପଢେଇବାର ବ୍ୟବସ୍ଥା ଥିବା ବେଳେ, ଗୋଟିଏ ବି କ୍ଲାସ ନକରି ଅଯଥା ସହକର୍ମୀ ମାନଙ୍କୁ ହଇରାଣ କରିବା, ବିଦ୍ୟାଳୟ ପରିଚାଳନା କମିଟି, ପୂର୍ବତନ ଛାତ୍ର ସଂସଦ କୁ ସମ୍ପୂର୍ଣ ଅଣଦେଖା କରି ବିଦ୍ୟାଳୟ ଉନ୍ନତି ମୂଳକ ଟଙ୍କା କୁ ମିଥ୍ୟା ଭାଉଚର୍ ଦେଇ ହରିଲୁଟ କରିବା, ଚାଉଳ, ଡାଲି, ବିଦ୍ୟାଳୟ ରୁ ବିଭିନ୍ନ ଆସବା ପତ୍ର ଚୋରି କରିବା, ସରକାରଙ୍କ ନିୟମ ଅନୁସାରେ ବିଦ୍ୟାଳୟରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ସୁଷମ ରନ୍ଧା ଖାଦ୍ୟ ଆବଶ୍ୟକ ଠାରୁ କମ୍ ପରିମାଣ ରେ ଦେବା ଭଳି, ମାଳମାଳ ଅଭିଯୋଗ ପ୍ରଧାନଶିକ୍ଷକ ଶ୍ରୀ ମୁକେଶ ଦୁଗାଳ ଙ୍କ ନାମରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ମଣିଭଦ୍ରା ଖବର, ଦଶପଲ୍ଲା


إرسال تعليق