BREAKING
Loading...
:

ଗଜପତି ଜିଲ୍ଲା କୋର୍ଟ….. ଦୁଷ୍କର୍ମକାରୀ ବାପାକୁ ୨୦ ବର୍ଷ ଜେଲ ଦଣ୍ଡ

 ଗଜପତି ଜିଲ୍ଲା କୋର୍ଟ….. ଦୁଷ୍କର୍ମକାରୀ ବାପାକୁ ୨୦ ବର୍ଷ ଜେଲ ଦଣ୍ଡ ।



ଗଜପତି , ୨୩/୭: ଗଜପତି ଜିଲ୍ଲା କୋର୍ଟରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଭୂ ପ୍ରସାଦ ପଣ୍ଡା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ଅଭିଯୁକ୍ତ ବାପାକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ରାୟ ଦେଇଛନ୍ତି । ଜରିମାନା ଅନାଦେୟ ସ୍ଥଳେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି। ଏଥିସହ ପୀଡ଼ିତାଙ୍କୁ ୪ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ପ୍ରକାରେ, ଅଭିଯୁକ୍ତର ଘର ଆନ୍ଧ୍ରପ୍ରଦେଶ ପାର୍ବତୀପୁର ଥାନା ଅନ୍ତର୍ଗତ ବାତିଲି ନିକଟସ୍ଥ କାଠଗଡ଼ା ଗ୍ରାମରେ ହୋଇଥିବା ବେଳେ ପାରଳାଖେମୁଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥଲେ। ତା’ର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିବା ବେଳେ ପରିବାର ଛାଡ଼ି ଅନ୍ୟ ଜଣେ ମହିଳାଙ୍କ ସହ ବାହାର ରାଜ୍ୟକୁ ଚାଲି ଯାଇଥିଲେ। ଦୁଇ ସନ୍ତାନଙ୍କୁ ନେଇ ପତ୍ନୀ ନିଜ ବାପଘରେ ଆଶ୍ରୟ ନେଇଥିବା ବେଳେ ପ୍ରାୟ ୧୨ ବର୍ଷ ପରେ ବାପା ଫେରି ଶ୍ୱଶୁର ଘରେ ରହୁଥିବା ପତ୍ନୀ, ପୁଅ ଓ ଝିଅଙ୍କ ପାଖକୁ ଆସି କିଛି ଦିନ ରହିଥିଲା। ହେଲେ ଏହା ଭିତରେ ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କରିବା ସହ ମାରପିଟ୍ କରିବା ନେଇ ପତ୍ନୀ ଅଭିଯୋଗ ଆଣିଥିଲେ. ଏନେଇ ପାରଳାଖେମୁଣ୍ଡି ଥାନାରେ କେସ୍ ନମ୍ବର ୩୧୩/୨୪ ରେ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସମ୍ପୃକ୍ତ ବାପାକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡ ରାୟ ଦେଇଥିଲେ ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS