ମଧ୍ଯାନ୍ନ ଭୋଜନ ନିମନ୍ତେ ଛାତ୍ରଛାତ୍ରୀ ହନ୍ତସନ୍ତ
ନାକେଦମ ହେଉଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ
ଖଣ୍ଡପଡ଼ା୨୫୭l୨୦୨୫: (ମଣିଭଦ୍ରା ଖବର) ଖଣ୍ଡପଡ଼ାସ୍ଥିତ ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟଳର ଛାତ୍ରଛାତ୍ରୀମାନେ ଦୈନିକ ମଧ୍ଯାନ୍ନ ଭୋଜନ ଖାଇବା ନିମନ୍ତେ ହନ୍ତସନ୍ତ ହେଉଥିବା ଜଣାପଡିଛି। ଖାଲିସେତିକି ନୁହେଁ ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ମଧ୍ଯ ଏଥି ନିମନ୍ତେ ନାକେଦମ ହେବାକୁ ପଡୁଛି। ପ୍ରାପ୍ତ ସୁଚନାନୁଯାୟୀ ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟଳର ୩ଟି କ୍ୟାମ୍ପସ ରହିଛି। ୩ ଟି କ୍ୟାମ୍ପସ ମଧ୍ଯରୁ କ୍ୟାମ୍ପସ ୧ ଓ ୨ ରେ ଥିବା ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କ ପାଠ ପଢା ଚାଲୁ ରହିଥିବା ବେଳେ ବିଦ୍ୟାଳୟଳର କ୍ୟାମ୍ପସ ୩ ରେ ତାଲା ଝୁଲୁଛି।ଦୈନିକ ବିଦ୍ୟାଳୟଳର କ୍ୟାମ୍ପସ ୨ ରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମଧ୍ଯାନ୍ନ ଭୋଜନ ପ୍ରସ୍ତୁତ ହେଉଥିବା ବେଳେ କ୍ୟାମ୍ପସ ୧ ରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ମୁଖ୍ଯ ରାସ୍ତା ପାର ହୋଇ ବିଦ୍ୟାଳୟର କ୍ୟାମ୍ପସ ୨ କୁ ମଧ୍ଯାନ୍ନ ଭୋଜନ ଖାଇବା ନିମନ୍ତେ ଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।ଦୈନିକ ଦିବା ୧ ଘଣ୍ଟା ସମୟରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ସଙ୍ଗରେ ଧରି ରାସ୍ତା ପାର ହୋଇ କ୍ୟାମ୍ପସ ୨ କୁ ମଧ୍ଯାନ୍ନ ଭୋଜନ ଖୁଆଇବା ନିମନ୍ତେ ନେଉଥିବା ନଜରକୁ ଆସୁଛି।ବିଦ୍ୟାଳୟର କ୍ୟାମ୍ପସ ୧ ଠାରୁ କିଛି ଦୁରରେ କ୍ୟାମ୍ପସ ୨ ଅବସ୍ଥିତ।ମୁଖ୍ଯ ରାସ୍ତା ପାର ହୋଇ ଦୈନିକ ଗୋଟିଏ କ୍ୟାମ୍ପସରୁ ଆଉ ଗୋଟିଏ କ୍ୟାମ୍ପସକୁ ଛାତ୍ରଛାତ୍ରୀମାନେ ମଧ୍ଯାନ୍ନ ଭୋଜନ ଖାଇବାକୁ ଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଉକ୍ତ ରାସ୍ତାଦେଇ ଯାନବାହାନ ଗୁଡିକ ଚଳାଚଳ କରୁଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଜୀବନ ପ୍ରତି ,ପ୍ରତି ମୁହୂର୍ତ୍ତରେ ବିପଦ ଥିବା ଆଶଙ୍କା କରାଯାଉଛି। ତେଣୁ ଏଥିପ୍ରତି ଦୃଷ୍ଟିଦେଇ ଗୋଟିଏ ବିଦ୍ୟାଳୟଳ କ୍ୟାମ୍ପସରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମଧ୍ଯାନ୍ନ ଭୋଜନ ସହ ପାଠ ପଢାର ବ୍ୟବସ୍ଥା କରାଗଲେ ସବୁ ଦୃଷ୍ଟିରୁ ତାହା ଭଲ ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏଥୁପ୍ରତି ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ଦୃଷ୍ଟି ଦେବାକୁ ବୁଦ୍ଧିଜିବୀ ମହଲରୁ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


إرسال تعليق