BREAKING
Loading...
:

ଆଳୁ ଖୋଳୁଖୋଳୁ ମହାଦେବ, ନିଖୋଜ ଛାତ୍ରଙ୍କ ପରେ ବାହାରୁଛି ଅନେକ ତଥ୍ୟ ତେବେ ସତ୍ୟାସତ୍ୟ କଣ

 ଆଳୁ ଖୋଳୁଖୋଳୁ ମହାଦେବ, ନିଖୋଜ ଛାତ୍ରଙ୍କ ପରେ ବାହାରୁଛି ଅନେକ ତଥ୍ୟ ତେବେ ସତ୍ୟାସତ୍ୟ କଣ 



*** ହଜାର ହଜାର ଟଙ୍କାରେ ବିକ୍ରି ହୋଇଗଲା ପୁରୁଣା ଇନଭଟର ବ୍ୟାଟ୍ରି ଓ ଫ୍ୟାନ


*** ବ୍ୟାକଡେଟରେ ରିଜୁଲେସନ କରି ଦର୍ଶାଇବାକୁ ଚାଲିଛି ଆପ୍ରାଣ ଉଦ୍ୟମ


ନୟାଗଡ଼ (ମଣିଭଦ୍ରା ଖବର) ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଂଚାୟତ ଅଧୀନରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଟାକରା (ଟାକରା ହାଇସ୍କୁଲ ) ଚାଲିଛି ଘୋର ଅବ୍ୟବସ୍ଥା ମଧ୍ୟରେ ଯାହାକୁ ନେଇ ତପ୍ତର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ଟାକରା ହାଇସ୍କୁଲର ସମସ୍ତ ଅବ୍ୟବସ୍ଥା ସମ୍ପର୍କରେ ଜାଣିବା ପରେ ବୁଧବାର ଦିନ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ ରଞ୍ଜନ ବେହେରା ବିଦ୍ୟାଳୟରେ ପହଂଚି ତଦନ୍ତ କରିଥିବା ବେଳେ ସତ୍ୟାସତ୍ୟ ଥିବା ଜାଣିପାରି ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ଶୁଣିବାକୁ ମିଳିଛି। ଅପରପକ୍ଷେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମୁକେଶ ଦୁଗାଲ କିଛିଦିନ ତଳେ ନିଜ ମନ ମୁତାବକ ବିଦ୍ୟାଳୟରେ ଥିବା ପୁରୁଣା ଇନଭଟର ବ୍ୟାଟ୍ରି ଓ ପୁରୁଣା ଫ୍ୟାନ, ବେଞ୍ଚ ଭଳି ଅନେକ ଜିନିଷ ହଜାର ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଶୁଣିବାକୁ ମିଳିଥିବା ବେଳେ ଗତକାଲି ଜିଲ୍ଲା ମଙ୍ଗଳ ଅଧିକାରୀ ଯିବା ପରେ ଗୋଟିଏ ଷ୍ଟାଫ ବୈଠକ ଡକାଇ ବିକ୍ରି ହୋଇଥିବା ଜିନିଷ କୁ ରେଜୁଲେସନ କରି ଦର୍ଶାଇ ଦେବା ପାଇଁ ତାଗିଦ କରିଥିବା ଶୁଣିବାକୁ ମିଳିଛି। ଯାହାକୁ ନେଇ ଟାକରା ଅଂଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ତଦନ୍ତ କରି ଉକ୍ତ ପ୍ରଧାନ ଶିକ୍ଷକଙ୍କୁ ଉକ୍ତ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରାନଯାଏ। ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ଙ୍କ ତରଫରୁ ଏହାକୁ ତୀବ୍ର ବିରୋଧ କରାଯିବାକୁ ଥିବା ଶୁଣିବାକୁ ମିଳୁଛି। ଖାଲି ସେତିକି ନୁହେଁ ବରଂ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୁଗାଲ ପୂର୍ବରୁ ମଧ୍ୟ ଅଡୁଆ ସୂତାରେ ଛନ୍ଦି ହୋଇ ନୂଆଗାଁ ବ୍ଲକ ଡ଼ିମିରିପଲ୍ଲୀ ହାଇସ୍କୁଲ ରୁ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅମଳରେ ବଦଳି ହୋଇ ଟାକରା ଆସିଥିଲେ। ପରେ ଟାକରା ରେ ମଧ୍ୟ ତାଙ୍କର ଏଭଳି କାର୍ଯ୍ୟକଳାପ ଜନସାଧାରଣ ଙ୍କୁ ଅତିଷ୍ଠ କରିଦେଇଛି। ତେଣୁ ତାଙ୍କୁ ତୁରନ୍ତ ଉକ୍ତ ବିଦ୍ୟାଳୟ ରୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଦାବି ରଖିଛନ୍ତି ସ୍ଥାନୀୟ ଲୋକ, ପରିଚାଳନା କମିଟି ସଭ୍ୟ, ଆଲୁମିନା କମିଟି ସଭ୍ୟ ଓ ଅଭିଭାବକ। ନେହେଲେ ଏହି ଘଟଣା କୁ ନେଇ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବା ସହ ଜିଲ୍ଲା ମଙ୍ଗଳ ଅଧିକାରୀ କହିଥିବା ୭ ଦିନ ମଧ୍ୟରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଜନସାଧାରଣ ରାଜରାସ୍ତା ଅବରୋଧ କରି ଏହାକୁ ପ୍ରତିବାଦ କରିବେ ବୋଲି ଟୁପୁରଟାପୁର ହେଉଥିବା ଶୁଣିବାକୁ ମିଳିଛି।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS