ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀ ପକ୍ଷରୁ ଗଣ ବିକ୍ଷୋଭ -
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପଞ୍ଚାୟତସମିତି କଣ୍ଟାବଣୀ ଠାରେ ଗତ ୧୯ ତାରଖ ଅନୁଷ୍ଠିତ ହୋଇଥିବା ପଲ୍ଲୀସଭା ନିଷିଦ୍ଧ ଉଦ୍ଦେଶ୍ଯରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀ ପକ୍ଷରୁ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ଥ ସ୍ଥାନୀୟ କଲ୍ଯାଣ ମଣ୍ଡପ ଠାରୁ ବିଶାଳ ଶୋଭାଯାତ୍ରାରେ ନାନା ବିରୋଧାତ୍ମକ ସ୍ଲୋଗାନ ଦେଇ ଉପଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ କରିଥିଲେ l ସୂଚନାଯୋଗ୍ଯ, ଗତ ୧୯ ତାରିଖ ପଲ୍ଲୀସଭାରେ ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧନାଇ ଟୁଡୁ ଓଡିଶା ସରକାରଙ୍କ ଜମି ଇଡକୋକୁ ହସ୍ତାନ୍ତର ନିମନ୍ତେ ସପକ୍ଷବାଦୀମାନଙ୍କର ଦସ୍ତଖତ ନେବା ପରେ ତୁରନ୍ତ ବୈଠକ ବନ୍ଦ କରି ସମସ୍ତ କାଗଜ ପତ୍ର ଧରି ଚାଲିଯାଉଥିଲେ, ଗାଁ ଲୋକଙ୍କ କହିବା ପରେ ବିପକ୍ଷବାଦୀମାନେ ମଧ୍ଯ ଦସ୍ତଖତ କଲେ l କିନ୍ତୁ ପଲ୍ଲୀସଭାର ଫଳାଫଳ ନ ଜଣାଇ ଅଫିସରଗଣ ଚାଲିଆସିଥିଲେ l ଗାଁ ଲୋକେ ଫଳାଫଳ ଜାଣିବା ପାଇଁ ବ୍ଲକ ଅଫିସ ଯାଇଥିଲେ l କିନ୍ତୁ ବିଡିଓ ନ ଥିବାରୁ ଗାଁ ଲୋକେ ଫଳାଫଳ ଜାଣିପାରିଲେ ନାହିଁ l ସେହି ସମୟରେ ଅଫିସ ପରିସର ଲାଇଟ ନ ଥିବାରୁ ପୋଲିସବାହିନୀ ଦ୍ବାରା ଅନ୍ଧାରରେ ଠେଲାପେଲା କରିବା ସହିତ ଲାଠିଚାର୍ଯ୍ଯ କରିଥିଲେ l ମହିଳାମାନଙ୍କୁ ମଧ୍ଯ ଦୁଃବ୍ଯବହାର କରିଥିଲେ l ଉକ୍ତ କାଣ୍ଡ ସମୟରେ ଟ୍ରାଇଭ ଟିଭି ରିପୋର୍ଟର ମୁଣ୍ଡରେ ଆଘାତ ପାଇ ରାଇରଙ୍ଗପୁର ହସପିଟାଲରେ ଭର୍ତ୍ତି ହୋଇଥିଲେ l ଏହି ଘଟଣା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଉପସ୍ଥିତିରେ ପୋଲିସବାହିନୀ ବର୍ବୋଚିତ ବ୍ଯବହାର କରିଥିବା ସୂଚନା ମିଳିଛି l ଏହି ପରିପ୍ରେକ୍ଷୀରେ, ଆଜି ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀ ଆନୁକୂଲ୍ଯରେ ମହାମହିମ ରାଜ୍ଯପାଳ ଉଦ୍ଦେଶ୍ଯରେ ଉପଜିଲ୍ଲାପାଳ ସୌମ୍ଯରଂଜନ ପ୍ରଧାନଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ l ସେମାନଙ୍କ ଦାବୀଗୁଡିକ ହେଲା : ୧) ୧୯ ତାରିଖ ହୋଇଥିବା ପଲ୍ଲୀସଭାକୁ ବାତିଲ କରି ଗ୍ରାମବାସୀଙ୍କୁ ନ୍ଯାୟ ଦିଆଯାଉ l ୨) ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧନାଇ ଟୁଡୁଙ୍କୁ ତୁରନ୍ତ ବଦଳି କରାଯାଉ l ୩) ବିଦ୍ଯୁତ ଆଲୁଅ ନ ଥିବା ସମୟରେ ଅମାନସିକ ଭାବେ ଗ୍ରାମର ମା, ଭଉଣୀମାନଙ୍କୁ ଠେଙ୍ଗା, ଲାଠି ମାଧ୍ଯମରେ ଶାରୀରିକ ଆକ୍ରମଣ କରିଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳାନନ୍ଦ ସାହୁଙ୍କୁ ତୁରନ୍ତ ନିଲମ୍ବନ କରାଯାଉ l ଉକ୍ତ ବିକ୍ଷୋଭ ସଭାରେ ପଞ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀ ସଭାପତି ଭୂବନ ବିହାରୀ ସାହୁ, ପୂର୍ବତନ ସାଂସଦ ତଥା କଂଗ୍ରେସ କମିଟୀ ଅଧ୍ଯକ୍ଷ ଯଶୋବନ୍ତ ସିଂ ଲାଗୁରୀ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତୀ, ଲକ୍ଷ୍ମଣ ମାଝୀ, ଶ୍ଯାମଚରଣ ହାଁସଦାଃ, ଓପିସିସି ସଂପାଦକ ଲକ୍ଷ୍ମୀଧର ସିଂ, ଯୁବ ନେତା ରୂପକ କୁମାର ମହାନ୍ତି, ଭଜହରି ମହାନ୍ତ ଓ କିଶୋର ମହାନ୍ତ ପ୍ରମୁଖଙ୍କ ସହିତ କଣ୍ଟାବଣୀ ଗ୍ରାମବାସୀ ବୁନ୍ଦ ଯୋଗ ଦେଇଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق