BREAKING
Loading...
:

ନିର୍ମଳଝର ଛକ ରେ ପୋଲିସ ର ଚଢ଼ାଉ, ୭୨୦ ଲିଟର ବେଆଇନ ଦେଶୀ ମଦ ସହ କାର ଜବତ, ଜଣେ ଗିରଫ

 ଖଲ୍ଲିକୋଟ: ନିର୍ମଳଝର ଛକ ରେ ପୋଲିସ ର ଚଢ଼ାଉ, ୭୨୦ ଲିଟର ବେଆଇନ ଦେଶୀ ମଦ ସହ କାର ଜବତ, ଜଣେ ଗିରଫ

ଖଲ୍ଲିକୋଟ  (ମଣିଭଦ୍ରା ଖବର) ମଙ୍ଗଳବାର ଦିନ ଖଲ୍ଲିକୋଟ ସ୍ଥିତ ନିର୍ମଳଝର ଛକ ଠାରେ ଖଲ୍ଲିକୋଟ ପୋଲିସ ଚଢ଼ାଉ କରି ୭୨୦ ଲିଟର ବେଆଇନ ଦେଶୀ ମଦ ବୋଝେଇ କାର ଜବତ କରିବା ସହ କାର ଚାଳକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଅପଡ଼ିଛି । ସୂଚନା ଅନୁଯାଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁହାରିଆପାଟ ସ୍ଥିତ ଆଦିବାସୀ ପଲ୍ଲୀ ଠାରୁ ଆସିକା ଅଭିମୁଖେ ବେଆଇନ ଦେଶୀ ମହୁଲି ମଦ କୁ ବୋଝେଇ କରି ଯାଉଥିବା ବେଳେ ନିର୍ମଳଝର ଛକ ନିକଟରେ ଚଢ଼ାଉ କରି କାର ନମ୍ବର ଓଡି ୦୨୦ କ୍ୟୁ ୭୨୦୬ କୁ ଜବତ କରି ଥାନା କେସ ନମ୍ବର ୬୦୬ / ୨୫ ରେ ଗାଡି ଚାଳକ ଆସିକା ଥାନା କୋଟିନଡା ଗ୍ରାମ ର ଉପେନ୍ଦ୍ର ସାହୁ ଙ୍କ ପୁଅ ଶମ୍ଭୁ ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS