BREAKING
Loading...
:

ସ୍ୱୟଂ ସହାୟକ ଗୋଷ୍ଟୀ ଋଣ ମେଳା

 ଆଜି ରାୟଗଡା ଜିଲ୍ଲା କଲନରl ବ୍ଲକ ର ଖେଦାପଡା ଗ୍ରାମ ପଞ୍ଚାୟତ ର ଖେଦାପଡା ଗ୍ରାମରେ ବୃହତ ସ୍ୱୟଂ ସହାୟକ ଗୋଷ୍ଟୀ ଋଣ ମେଳା ନିକଟସ୍ଥ ଥେରୁବାଲି IOB ଶାଖା ଦ୍ୱରା ଆୟୋଜିତ ହଇଯାଇଛି l 



ଆଜି ରାୟଗଡା ଜିଲ୍ଲା କଲନରl ବ୍ଲକ ର ଖେଦାପଡା ଗ୍ରାମ ପଞ୍ଚାୟତ ର ଖେଦାପଡା ଗ୍ରାମରେ ବୃହତ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ନିକଟସ୍ଥ ଥେରୁବାଲି IOB ଶାଖା ଦ୍ୱରା ଆୟୋଜିତ ହଇଯାଇଛି l ଏଥିରେ ଥେରୁବାଲି IOB ଶାଖାରେ ଯୋଡିତ ଥିବା ସମସ୍ତ SHG ଗ୍ରୁପ ମହିଳାମାନେ ଉପସ୍ଥିତ ରହିଥିଲେ l ଯଥା :ସେହି ଗ୍ରାମ ଗୁଡିକ ହେଲା ଖେଦାପଡା, ରାମଚନ୍ଦ୍ର ନଗର, ଗେରାପୁଟ, କାର୍ତିକଗୁଡ଼ା, ଦେଓପୁର, ଗୌଡ଼ଗୁଡା, ଥେରୁବାଲି, ଓ ଅନାନ୍ୟ ଗ୍ରାମଗୁଡିକ l ଏବଂ ଏ ସମସ୍ତ SGH ଗ୍ରୁପ ମହିଳା ମାନଙ୍କୁ ଦୁଇ ଲକ୍ଷ ଟଙ୍କାର ରାଶି ଚେକ ପ୍ରଦାନ କରିଥିଲେ l ଋଣ ବାବଦରେ l ଏବଂ ଥେରୁବାଲି ଶାଖାର ସମସ୍ତ କର୍ମକର୍ତା ଉପସ୍ଥିତ ରହି ଋଣ ବିଷୟରେ ଓ ଭବିଷ୍ୟତ ଜୀବନର ଉପକାରିତା ପାଇଁ ଜୀବନ ବୀମା ମାଧ୍ୟମରେ ଅତି ସୁନ୍ଦର ଭାବରେ ବ୍ୟାଙ୍କ ର କର୍ମକର୍ତା ମାନେ ସମସ୍ତ ଉପସ୍ଥିତ ଜନ ସାଧରଣ ଙ୍କୁ ବୁଝାଇଥିଲେ l ପୁଣି ତତ ସଙ୍ଗେସଙ୍ଗେ ସ୍ଥାନ୍ୟ ସରପଞ୍ଚ ଶ୍ରୀ ଯୁକ୍ତ ନରସିଂହ କୀଲାକା ଓ ଖେଦାପଡା ଗ୍ରାମ ପଞ୍ଚାୟତ ର PEO ଲିଙ୍ଗରାଜ ତାଡିଙ୍ଗି ଓ ଗ୍ରାମର ସମାଜ ସେବି ତାଉଡୁ ରାଜୁଓ ଗ୍ରାମର ଏବଂ ସ୍ଥାନ୍ୟ ବାସିନ୍ଧା ର ବୁଦ୍ଧି ଯିବି ଗଣ ଉପସ୍ଥିତ ଥିଲେ l ପୁଣି ତାହା ସ୍ୱତେ ମଧ୍ୟ ଖେଦାପଡା ଗ୍ରାମ ପଞ୍ଚାୟତ ର ଭତା ଧାରୀ ମାନଂକୁ ସରପଞ୍ଚ ଶ୍ରୀ ଯୁକ୍ତ ନରସିଂହ କୀଲାକା ଓ ଶ୍ରୀ ଯୁକ୍ତ ଲିଙ୍ଗରାଜ ତାଡିଙ୍ଗି ଭତା ପ୍ରଦାନ କରିଥିଲେ l ଏହି ସଭାକୁ ନେଇ ସ୍ଥାନ୍ୟ ବାସିନ୍ଧା ର ଲୋକ ମାନଙ୍କ ମୁହଁରେ ଖୁସି ର ଲହରୀ ଦେଖିବାକୁ ମିଳିଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS