BREAKING
Loading...
:

ରୋଗୀ ମୃତ୍ୟୁ ନେଇ ମେଡିକାଲରେ ଉତ୍ତେଜନା ,ଭଙ୍ଗାରୁଜା

 *ରୋଗୀ ମୃତ୍ୟୁ ନେଇ ମେଡିକାଲରେ ଉତ୍ତେଜନା ,ଭଙ୍ଗାରୁଜା* 



*ଡ଼ାକ୍ତର ସହ ରୋଗୀ ସମ୍ପର୍କୀୟ ମୁହାଁମୁହିଁ*



କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା ଦେଖା ଦେଇଛି। ସୁଚନା ଅନୁସାରେ ଦଶମନ୍ତପୁର ବ୍ଳକ ଗାଦିଆଗୁଡା ପଞ୍ଚାୟତ ମାଳି ମୁଣ୍ଡା ଗୁଡ଼ା ଗ୍ରାମର ଧନୁ ହନ୍ତାଳ ଆଜିକୁ ୫ ଦିନ ହେବ ପେଟ ବ୍ୟଥାରେ ସର୍ଜରୀ ୱାର୍ଡ଼ରେ ଚିକିତ୍ସିତ ହେଉଥିଲେ। ରୋଗୀ ସମ୍ପର୍କୀୟଙ୍କ କହିବା ଅନୁସାରେ ପେଟରେ ପାଣି ଜମି ଥିବାରୁ ବ୍ୟଥା ହେଉଛି ଆଜି ଡ଼ାକ୍ତର ପାଣି କାଢ଼ିବାକୁ କହିଥିଲେ। କିନ୍ତୁ ଆଜି ସକାଳୁ ଧନୁ ହନ୍ତାଳଙ୍କ ମୃତ୍ୟୁ ହେବା ପରେ ରୋଗୀ ସମ୍ପର୍କୀୟ ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା କହିଛନ୍ତି। ୫ ଦିନ ଧରି ଡ଼ାକ୍ତର ଚିକିତ୍ସା ବାହାନାରେ ଅବହେଳା କରି ଆସୁଥିଲେ କହିଛନ୍ତି ସମ୍ପର୍କୀୟ। ତେବେ ରୋଗୀ ମୃତ୍ୟୁ ପରେ ସମ୍ପର୍କୀୟ ଅଭିଯୋଗ ନେଇ ସୁରକ୍ଷା କର୍ମୀଙ୍କ ସହ ବଚସା ପରେ ମେଡିକାଲ ପରିସରରେ ଉତ୍ତେଜନା ବଢିଥିଲା। ମେଡିକାଲ ପରିସର ଭାଙ୍ଗାରୁଜା କରିବା ସହ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ସମ୍ପର୍କୀୟ। ଏହାର ଜବାବରେ ସମସ୍ତ ଡାକ୍ତର ଏକାଠି ହୋଇଥିଲେ ଏବଂ ଡାକ୍ତର ଓ ସମ୍ପର୍କୀୟ ମୁହାଁମୁହିଁ ସ୍ଥିତି ପହଞ୍ଚିଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କୋରାପୁଟ ଟାଉନ୍ ଥାନା ଅଧିକାରୀ ସହ ମେଡିକାଲ୍ ସୁପରିଟେଣ୍ଡ ପହଞ୍ଚି ବୁଝାସୁଝା କରିଥିଲେ। ଆଇନ ହାତକୁ ନେଇଥିବା ବ୍ୟକ୍ତି ଉପରେ କାର୍ଯ୍ୟନୁଷ୍ଠାନ ପ୍ରତିଶ୍ରୁତି ପରେ ଶାନ୍ତ ପଡିଥିଲେ ଡାକ୍ତର। ଅନ୍ୟପଟେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ କୋରାପୁଟ ଟାଉନ୍ ପୋଲିସ ଏକ ଟିମ୍ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS