BREAKING
Loading...
:

ଡ଼ଃ. ଆର୍.ସି. ସାମନ୍ତରାୟ ମହାବିଦ୍ୟାଳୟ ରେ ଯୋଗ ଶିବିର

 *ଡ଼ଃ. ଆର୍.ସି. ସାମନ୍ତରାୟ ମହାବିଦ୍ୟାଳୟ ରେ ଯୋଗ ଶିବିର*


କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ର ସ୍ୱୟଂଚାଳିତ ସଂସ୍ଥା ମାଇଁ ଭାରତ, ନୟାଗଡ଼ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଡ଼ଃ. ଆର୍.ସି. ସାମନ୍ତରାୟ ମହାବିଦ୍ୟାଳୟ ପ୍ରାଙ୍ଗଣ ରେ ଯୋଗ ଆସନ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଅଛି। ଏହି କାର୍ଯ୍ୟକ୍ରମ ରେ 80 ରୁ ଉର୍ଦ୍ଧ୍ବ ଯୁବ ଛାତ୍ର ଛାତ୍ରୀ ଓ 4 ଜଣ ଶିକ୍ଷକ ଯୋଗଭ୍ୟାସ କରିଥିଲେ। ଏହି ଯୋଗାଭ୍ୟାସ ଶିବିର ରେ ଯୋଗାଚାର୍ଯ୍ୟ ଶ୍ରୀ ପ୍ରକାଶ ପରିଡ଼ା, ଜିଲ୍ଲା ଉପଦେଷ୍ଟା କମିଟି ସଦସ୍ୟ ଶ୍ରୀମାନ ଶୁଭାଶିଷ ମିଶ୍ର, ପୂର୍ବତନ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶ୍ରୀମାନ ପ୍ରିୟବ୍ରତ ମିଶ୍ର, ଓ ଶ୍ରୀମାନ ଦେବବ୍ରତ ମିଶ୍ର ମହୋଦୟ ଯୋଗ ଦେଇ ଯୋଗାଭ୍ୟାସ କୁ ତରାନ୍ଵିତ କରିଥିଲେ। ଯୋଗାଚାର୍ଯ୍ୟ ଶ୍ରୀ ପ୍ରକାଶ ପରିଡ଼ା, ଜିଲ୍ଲା ଉପଦେଷ୍ଟା କମିଟି ସଦସ୍ୟ ଶ୍ରୀମାନ ଶୁଭାଶିଷ ମିଶ୍ର ବିଭିନ୍ନ ଯୋଗ ଆସନ ଓ ଏହାର ଉପକାରିତା ବିଷୟରେ ଯୁବ ବର୍ଗ ଙ୍କୁ ସୂଚନା ଦେଇଥିଲେ। ଯୋଗ ଦିବସ ର ଏହି ବର୍ଷ ର ବିଷୟବସ୍ତୁ "ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ" ବିଷୟରେ ପୂର୍ବତନ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶ୍ରୀମାନ ପ୍ରିୟବ୍ରତ ମିଶ୍ର, ଓ ଶ୍ରୀମାନ ଦେବବ୍ରତ ମିଶ୍ର  ଯୁବବର୍ଗ ଙ୍କୁ ପ୍ରେରଣା ଦେଇଥିଲେ। ପରିଶେଷ ରେ ପ୍ରତ୍ୟେକ ଦିନ ଯୋଗ କୁ ନିଜର ଦିନଚର୍ଯ୍ୟା ରେ ଯୋଡିବା ନିମନ୍ତେ ଯୁଆଙ୍କ ମାନଙ୍କ ମଧ୍ୟରେ ଶପଥ ପାଠ ଗ୍ରହଣ କରାଯାଇ କାର୍ଯ୍ୟକ୍ରମ କୁ ସମାପନ କରାଯାଇଥିଲା।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS