BREAKING
Loading...
:

ସିଧାମୂଳାରେ ତ୍ରିରଙ୍ଗା ଶୋଭାଯାତ୍ରା।

 ସିଧାମୂଳାରେ ତ୍ରିରଙ୍ଗା ଶୋଭାଯାତ୍ରା। 


ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ସିଧାମୂଳା ପଞ୍ଚାୟତ ଅପରେସନ ସିନ୍ଦୂର ଜରିଆରେ ଭାରତୀୟ ସେନା ବାହିନୀ ର ଅସିମ ତ୍ୟାଗ ଓ ବଳିଦାନକୁ  ସମ୍ମାନ ଜଣାଇ ଗ୍ରାମରେ ଏକ ତୀରଙ୍ଗା ଶୋଭାଯାତ୍ରା ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରା ରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଯୁବକ ମାନେଯୋଗଦାନ କରିଥିଲେ।

ସମସ୍ତଙ୍କ ହାତରେ ଭାରତୀୟ ଜାତୀୟ ତିରଙ୍ଗା ପତକା ଧରି ଗ୍ରାମ ରେ ପରିଭ୍ରମଣ କରୁଥିବା ସମୟରେ ଭାରତ ମାତାଙ୍କ ଜୟ ଗାନ କରି ଆତଙ୍ଗ ବାଦ ବିରୋଧରେ ଭାରତର ଲଢେଇ କୁ ସ୍ଵାଗତ ଜଣାଇ ଜୟ ଭାରତ ମାତା କହି ଗ୍ରାମ ର ସମସ୍ତ ଜନସାଧାରଣ ଙ୍କ ମଧ୍ୟ ରେଏକତା ଦେଖିବାକୁ ମିଳିଥିଲା।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS