BREAKING
Loading...
:

ପଠାଣି ସାମନ୍ତ ଙ୍କ ନାମାନୁସାରେ ପୁନଃ ଡ଼ାକ ଟିକଟ ପ୍ରଚଳନ ଦାବି

 ପଠାଣି ସାମନ୍ତ ଙ୍କ ନାମାନୁସାରେ ପୁନଃ ଡ଼ାକ ଟିକଟ ପ୍ରଚଳନ ଦାବି



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ଜ୍ୟୋର୍ତୀର୍ବିଦ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର( ପଠାଣି ସାମନ୍ତ) ନାମରେ ପରିଚିତ ଥିଲେ। ଅସାଧାରଣ ପ୍ରତିଭା ର ଅଧିକାରୀ। ଖଣ୍ଡପଡ଼ା ରେ ଜନ୍ମ ଗ୍ରହଣ କରି ସମଗ୍ର ବିଶ୍ୱବାସୀଙ୍କୁ ଜ୍ୟୋର୍ତିବିଜ୍ଞାନ ସମ୍ପର୍କରେ ଦିଗଦର୍ଶନ ଦେଇଥିବା ଏହି ମହା ମାନିସା ଙ୍କୁ ନେଇ ଖଣ୍ଡପଡ଼ା ବାସି ଗର୍ବିତ। ଏକଦା ପଠାଣି ସାମନ୍ତ ସ୍ମୃତି କୁ ବଞ୍ଚାଇ ରଖିବାକୁ କେନ୍ଦ୍ରସରକାରଙ୍କୁ ପଠାଣି ସାମନ୍ତଙ୍କ ନାମରେ ଏକ ଡାକଟିକଟ ପ୍ରଚଳନ କରିଥିଲେ। ମାତ୍ର ପରବର୍ତି ସମୟରେ ପଠାଣି ସାମନ୍ତ ଙ୍କ ନାମରେ ପ୍ରଚଳିତ ଏହି ଡାକଟିକଟ ପ୍ରକାଶ ପାଉନଥିବାରୁ ସମଗ୍ର ଖଣ୍ଡପଡ଼ା ବାସି କ୍ଷୋଭ ପ୍ରକାଶ କରିଛନ୍ତି। ଏଥିପ୍ରତି କେନ୍ଦ୍ରସରକାରଙ୍କ ଦୃଷ୍ଟି ଦେଇ ପଠାଣି ସାମନ୍ତ ପୁନଃ ଡାକଟିକଟ ପ୍ରଚଳନ କରି ଖଣ୍ଡପଡ଼ା ଅଞ୍ଚଳ ସହିତ ସାରା ଓଡ଼ିଶା ର ଗର୍ବିତ ସାରା ବିଶ୍ବରେ କ୍ଷାତି ଅର୍ଜନ କରିଥିବା ମହାନ୍ ବ୍ୟକ୍ତି ଙ୍କ ସମ୍ମାନ ଉଦ୍ଦେଶ୍ୟରେ ଖଣ୍ଡପଡ଼ା ସହରର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନେ ଦାବି କରିଛନ୍ତି। ସାଂସଦଙ୍କ ଏଥିପ୍ରତି ଦୃଷ୍ଟି ଦେବା ସହ ପଠାଣି ସାମନ୍ତ ଙ୍କ ନାମରେ ଏକ ଟ୍ରେନ ସେବା ଯୋଗାଇ ଦେବା ପାଇଁ କଟକ ସାଂସଦ ଦୃଷ୍ଟି ଦେଇ କେନ୍ଦ୍ରସରକାରଙ୍କ ନିକଟରେ ଏ ସମ୍ପର୍କରେ ଦାବି ଉପସ୍ଥାପନ କରନ୍ତୁ ବୋଲି ଖଣ୍ଡପଡ଼ା ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS