BREAKING
Loading...
:

ଭାରତ ସରକାରଙ୍କ ନେତୃତ୍ୱରେ ଚାଲିଥିବା ଆୟୁଷ୍ମାନ ଭାରତ - ପ୍ରଧାମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା (ଏ. ବି. ପି ଏମ୍. ଜେ. ଏ.ୱାଇ) ଏବଂ ଆମ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜି.ଜେ.ଏ.ୱାଇ) ଭାରତ ସରକାରଙ୍କ ଯୋଜନା ସହ ସଂଯୁକ୍ତ ହୋଇ ଆଜି ସାରା ଓଡ଼ିଶା ସେମତ ଆମ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଶୁଭ ଉନ୍ମୋଚନ ହୋଇଛି I

 


ଗଞ୍ଜାମ (ମଣିଭଦ୍ରା ଖବର) ଭାରତ ସରକାରଙ୍କ ନେତୃତ୍ୱରେ ଚାଲିଥିବା ଆୟୁଷ୍ମାନ ଭାରତ - ପ୍ରଧାମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା (ଏ. ବି. ପି ଏମ୍. ଜେ. ଏ.ୱାଇ) ଏବଂ ଆମ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜି.ଜେ.ଏ.ୱାଇ) ଭାରତ ସରକାରଙ୍କ ଯୋଜନା ସହ ସଂଯୁକ୍ତ ହୋଇ ଆଜି ସାରା ଓଡ଼ିଶା ସେମତ ଆମ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଶୁଭ ଉନ୍ମୋଚନ ହୋଇଛି I

ଯୋଗାଇ ଦିଆଯାଉଥିବା କାର୍ଡ ଏହି ସମନ୍ବିତ ଯୋଜନାର ଏକକ କାର୍ଡ । ଏହି କାର୍ଡ ମାଧ୍ୟମରେ ସାରା ଭାରତ ବର୍ଷରେ ୨୯୦୦୦ରୁ ଉର୍ଦ୍ଧ୍ୱ ତାଲିକାଭୁକ୍ତ ସରକାରୀ ଏବଂ ଘରୋଇ ଚିକିତ୍ସାଳୟ ମାନଙ୍କରେ ମିଳୁଥିବା ଉନ୍ନତମାନର ସ୍ୱାସ୍ଥ୍ୟ ମାଗଣାରେ ପାଇପାରିବେ ।

ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ,ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ଏବଂ ଗଞ୍ଜାମ ଜିଲ୍ଲାରେ ୨୮.୯୨ ଲକ୍ଷ୍ୟ ହିତାଧିକାରୀ ଉପକୃତ ହେବେ । ସେମାନଙ୍କୁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳା ସଦସ୍ୟାମାନଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ

ମାଗଣା ଚିକିତ୍ସା ମିଳିପାରିବ।

ବୟୋ ବନ୍ଦନା ଯୋଜନା ଅନ୍ତର୍ଭୁକୁ ବରିଷ୍ଠ ନାଗରିକମାନଙ୍କୁ( ୭୦ ବର୍ଷ କିମ୍ଵା ତା'ଠାରୁ ଅଧିକ ବୟସର ବ୍ୟକ୍ତି ଗଣ ) ମ ୨୯,୦୦୦ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ I


ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳିଥିଲା। କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ଼ ଉପଲବ୍ଧ ହେବ ।

ପୂର୍ବରୁ କେବଳ ୧୬ଟି ରାଜ୍ୟରେ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିବା ବେଳେ ବର୍ତ୍ତମାନ୍ ମିଳିତ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀମାନଙ୍କୁ ସାରା ଦେଶରେ ୨୯,୦୦୦ ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ।


ଓଡ଼ିଶା ସରକାରଙ୍କୁ ଭାରତ ସରକାରଙ୍କ ଠାରୁ ଏହି ଯୋଜନାରେ ନିର୍ଦ୍ଧାରିତ ଅନୁଯାୟୀ ଜେନ୍ଦ୍ରୀୟ ଅନୁଦାନ ପ୍ରାପ୍ତି ହିତାଧିକାରୀମାନଙ୍କ ପାଇଁ ଇ-କେ.ୱାଇ.ସି ସହ କାର୍ଡ଼ ପ୍ରସ୍ତୁତି

ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ହେବ I 

ଏହା ମାଧ୍ୟମରେ ଜନସାଧାରଣ ବିଶେଷତଃ ଆର୍ଥିକ ଦୁର୍ବଳ ଏବଂ ସମ୍ବେଦନଶୀଳ ବର୍ଗର ଲୋକମାନଙ୍କୁ ଉଭୟ ସରକାରୀ ଓ ତାଲିକାଭୁକ୍ତ ଘରୋଇ ହସ୍ପିଟାଲମାନଙ୍କରେ ଉଚ୍ଚମାନର ଦେୟମୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି I  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ପ୍ରାୟ ୩.୫ କୋଟିରୁ ଉର୍ଦ୍ଧ

ପଛୁଆ ଆର୍ଥିକ ବର୍ଗ ଲୋକ ଏହି ଯୋଜନାର ସୁବିଧା ପାଇବାକୁ ଯୋଗ୍ୟ I 

ନିଜର ଚିହ୍ନଟ ନିମନ୍ତେ ହିତାଧିକାରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏ.ବି.ପିଏମ୍.ଜେ.ଏ.ୱାଇ)ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜି.ଜେଏ.ୱାଇ) କାର୍ଡ / ଆଧାର କାର୍ଡ / ରେସନ୍ ଜାର୍ଡ ନେଇ ହସ୍ପିଟାଲକୁ ଯିବା ଆବଶ୍ୟକ।

 ଜଣେ ବ୍ୟକ୍ତି ହେଲପ୍ ଲାଇନ୍ ନମ୍ବର-୧୪୫୫୫ ବା ଟୋଲ ଫ୍ରି ନମ୍ବର-୧୦୪ କୁ ଫୋନ୍ କରି ଯୋଜନା ବାବଦରେ ଯେକୌଣସି ଅନୁସନ୍ଧାନ କରିପାରିବେ ବା ଅଭିଯୋଗ ରଖିପାରିବେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS