BREAKING
Loading...
:

ବିଶ୍ୱ ଛେନାପୋଡ଼ ଦିବସ ପାଳିଲା ଜିଲ୍ଲା ଓକିଲ ସଂଘ

 ବିଶ୍ୱ ଛେନାପୋଡ଼ ଦିବସ ପାଳିଲା ଜିଲ୍ଲା ଓକିଲ ସଂଘ 


ନୟାଗଡ (ମଣିଭଦ୍ରା ଖବର) ଛେନାପୋଡ଼ ସ୍ରଷ୍ଟା ସ୍ବର୍ଗତ ସୁଦର୍ଶନ ସାହୁ ଙ୍କ ପୁଣ୍ୟ ଜନ୍ମତିଥି ରେ ବିଶ୍ୱ ଛେନାପୋଡ଼ ଦିବସ ଧୁମଧାମ ରେ ପାଳିଛି ନୟାଗଡ ଜିଲ୍ଲା ଓକିଲ ସଂଘ l ଜିଲ୍ଲା ସ୍ୱତନ୍ତ୍ର ପୋକ୍ସ ଜଜ ଶ୍ରୀ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀମତୀ ରୀଜା ରାୟ, ରେଜିଷ୍ଟ୍lର ଶ୍ରୀମତୀ ସୋନାଲି ସୁଚରିତା ଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ, ସମ୍ପାଦକ ସ୍ବଦେଶ ମିଶ୍ର, ସହସମ୍ପାଦକ ଆଶୁତୋଷ ସାମନ୍ତରାୟ, ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ନାୟକ, ଅଜୟ ଚନ୍ଦ୍ର ମହାନ୍ତି, ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ଓକିଲ ସଙ୍ଘ ସମସ୍ତ ସଦସ୍ୟ ଗଣ ମିଶି ବାର ହଲ ରେ ସମବେତ ହୋଇ ଛେନାପୋଡ଼ କାଟି ଏହି ଖୁସି ମୁହୂର୍ତ୍ତରେ ପରସ୍ପର ଛେନାପୋଡ଼ ଖୁଆଖୁଇ ହୋଇଥିଲେ l ମୋହରିର, ଟାଇପିସ୍ଟି, ଲିଟିଗାଣ୍ଟ ପବ୍ଲିକ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଛେନାପୋଡ଼ ପରଷା ଯାଇଥିଲା l ନୟାଗଡ ଛେନାପୋଡ଼ କୁ ବହୁ ପ୍ରତିକ୍ଷୀତ ଜିଆଇ ତ୍ୟାଗ ମାନ୍ୟତା ପ୍ରଦାନ କରାଗଲେ ନୟାଗଡ ଜିଲ୍ଲାରେ ଛେନାପୋଡ଼ ର ବ୍ୟବସlୟିକ ଅଭିବୃଦ୍ଧି ଘଟିବା ସହିତ ନୟାଗଡ ଜିଲ୍ଲା ବ୍ୟାପି ବହୁ କର୍ମନିଯୁକ୍ତି ସୃଷ୍ଟି ହେବ ଏବଂ ଯୁବକ ମାନେ ରୋଜଗାର ପାଇବେ, ଜିଲ୍ଲାରେ ଅର୍ଥନୀତିକ ବିକାଶ ହୋଇ ପାରିବ ଏବଂ ନୂତନ ଭାବେ ଛେନାପୋଡ଼ ଶିଳ୍ପ ଗଢି ଉଠିବ ବୋଲି ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ କହିଛନ୍ତି l ସଂଘର ଉପସଭାପତି ସନ୍ତୋଷ କୁମାର ରାଉତରାୟ ଅନୁଷ୍ଠାନିକ ଧନ୍ୟବାଦ ଦେଇଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS