ଆରମ୍ଭ ହେଲା ଦଶପଲ୍ଲାର ଗଣପର୍ବ ଦଣ୍ଡଯାତ୍ରା ।
ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ଦୁଲୁକୁଛି ଗାଁ ଦାଣ୍ଡ ,ଉତ୍ସବ ମୁଖର ପୁରା ପରିବେଶ। ଆରମ୍ଭ ହୋଇଯାଇଛି ଦଶପଲ୍ଲାର ପ୍ରଶିଦ୍ଧ ଲୋକନୃତ୍ୟ ଦଣ୍ଡଯାତ୍ରା। ଚୈତ୍ରମାସ ଆସିଗଲେ ମାନସିକଧାରି ମାନେ ନିଜନିଜର ମାନସିକ ପୁରଣ ନିମନ୍ତେ , ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଦଣ୍ଡ ପାଟୁଆ ମାନେ ଦେହରେ ଗେରୁଆବସ୍ତ୍ର ପରିଧାନ କରିବା ସାଙ୍ଗକୁ ହାତରେ ମା' ଙ୍କ ବାନା , ଗଉରୀବେତ ଓ ମୟୂରପୁଚ୍ଛ ଧରି ମାନସିକଧାରୀ ମାନେ ଗାଁ ଗାଁରେ ଦଣ୍ଡ ଖେଳିଥାନ୍ତି।ଏହା ଏକ ପାରମ୍ପାରିକ ଲୋକନୃତ୍ୟ ହୋଇଥିବାବେଳେ ,ରାଜୁଡା ଅମଳରୁ ଦଶପଲ୍ଲା ଅଞ୍ଚଳରେ ବହୁ ଦଣ୍ଡଦଳ ରହିଛନ୍ତି । ସେ ମଧ୍ୟରେ ଦୁର୍ଗାପ୍ରସାଦ, ତୁମାଣ୍ଡି, ବଣି,ବୁରୁପାଲ,ବାଣୀଗୋଛା, ଭେଜିପୁଟ, କାଳମ୍ବା, ଦଣ୍ଡ ଦଳ ପ୍ରମୁଖ । ଦଣ୍ଡନାଚରେ ପ୍ରଥମେ ଧୁଳିଦଣ୍ଡ, ପାଣିଦଣ୍ଡ ଓ ରାତ୍ରୀରେ ଅଗ୍ନିଦଣ୍ଡ କରାଯାଉଥାଏ । ପାରଂପାରିକ ଢୋଲବାଦ୍ୟ ଓ ତୁରୀ,ମହୁରୀର ତାଳେତାଳେ ଦଣ୍ଡୁଆ ମାନସିକଧାରୀ ମାନେ ଚାଲିଥାନ୍ତି ।ମାନସିକଧାରୀ ମାନେ ଦିନକୁ ଓଳିଏ ମାତ୍ର ପଣା ସେବନ କରି ବହୁ ନିଷ୍ଠା ଓ କାଷ୍ଠାର ସହ ନିଜ ବ୍ରତକୁ ପାଳନ କରିଥାନ୍ତି । ଭକ୍ତି ବିଶ୍ଵାସ ଓ ହଠଯୋଗ ର ନିଆରା ଯାତ୍ରା ଦଣ୍ଡଯାତ୍ରା ।ମାନସିକଧାରୀ ଏହି ଯାତ୍ରାରେ ସାମିଲ ହେଲେ ମାନସିକ ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ମଣିଭଦ୍ରା ଖବର, ଦଶପଲ୍ଲା


Post a Comment