BREAKING
Loading...
:

ନିଶା ନିବାରଣ ଅଭିଯାନ ପକ୍ଷରୁ ସହିଦ୍ ରଘୁ ଦିବାକରଙ୍କ ସ୍ମୃତିରେ ନିଶାମୁକ୍ତି ସମାବେଶ ଓ ପଦଯାତ୍ରା

 ନିଶା ନିବାରଣ ଅଭିଯାନ ପକ୍ଷରୁ ସହିଦ୍ ରଘୁ ଦିବାକରଙ୍କ ସ୍ମୃତିରେ ନିଶାମୁକ୍ତି ସମାବେଶ ଓ ପଦଯାତ୍ରା



ସମ୍ବଲପୁର: (ମଣିଭଦ୍ରା ଖବର) 


ନିଶା ନିବାରଣ ଅଭିଯାନ ପକ୍ଷରୁ କୁଚିଣ୍ଡା ଅଞ୍ଚଳରେ ନିଶା ବିରୋଧି ଅଭିଯାନ ବ୍ୟାପକ ହେବାରେ ଲାଗିଛି । ବିପ୍ଳବୀ ସହିଦ୍ ରଘୁ ଦିବାକରଙ୍କ ଆଜି ଆତ୍ମୋତ୍ସର୍ଗ ଦିବସ ପାଳନ ଅବସରରେ ପୁରୁଣାପାଣି ଆମ୍ବତୋଟାରେ ଅଭିଯାନର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ନିଶାମୁକ୍ତି ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ୱେସ୍କୋ ବିଦ୍ୟୁତ୍ କମ୍ପାନୀର ଅବସର ପ୍ରାପ୍ତ ପଦାଧିକାରୀ ଇଂ. ସନ୍ତୋଷ ପଟେଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ତଥା ଅଭିଯାନର ଜିଲ୍ଲା ସମ୍ପାଦିକା ଉତ୍ପଳା ଧୁରୂଆ, ଉପଖଣ୍ଡ ସଭାପତି ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ, ଗ୍ରାମ ପଞ୍ଚାୟତ ମହାସଂଘ ସଭାପତି ମୀନା ମହାନନ୍ଦିଆ, ସମ୍ପାଦିକା ପଙ୍କଜିନି ଚାର୍ଡିଆ, ଏମବିକେ ପୁଷ୍ପାଞ୍ଜଳି ମାଝୀ, ସରପଞ୍ଚ  ନଳିନୀ କିସାନ, ସମିତି ସଭ୍ୟା କୁନି କିସାନ, ଗ୍ରାମ ମଙ୍ଗଳ କମିଟି ସଭାପତି ସୁଦେଶ ପଟେଲ ପ୍ରମୁଖ ଭାଷଣ ଦେଇ ନିଶା ମୁକ୍ତ ଅଞ୍ଚଳ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଘୋଷଣା କରିଥିଲେ । ଏହାପରେ ସଭାପତି ସୁବାସ ନାୟକଙ୍କ ନେତୃତ୍ୱରେ ନିଶା ମୁକ୍ତ ପଦଯାତ୍ରା ଉଭୟ ପୁରୁଣାପାଣି ଓ ଦୁମରମୁଣ୍ଡା ଗ୍ରାମକୁ ଯାଇ ବିଭିନ୍ନ ସ୍ଲୋଗାନ ଓ ପଥପ୍ରାନ୍ତ ସଭା କରି ଜନ ଜାଗରଣ କରାଇଥିଲେ । ସଭା ଗୁଡିକରେ ଶ୍ରୀ ନାୟକ ଆନ୍ଦୋଳନକାରୀ ଓ ଗ୍ରାମବାସୀଙ୍କୁ ନିଜେ ନିଶା ନ ଖାଇବା ଓ ଅନ୍ୟ ନିଶା କାରୀଙ୍କୁ ଏଥିରୁ ନିବୃର୍ତ୍ତାଇଵା ପାଇଁ ସହିଦ ରଘୁ ଦିବାକର ଓ ମହାତ୍ମା ଗାନ୍ଧୀଙ୍କ ନାମରେ ଶପଥ ପାଠ କରାଇଥିଲେ  ।ଏହି ଦିବସ ବ୍ୟାପୀ କାର୍ଯ୍ୟକ୍ରମ କୁ ପୂର୍ବତନ ସରପଞ୍ଚ ନମିତା ଭୋଇ,  ୱାର୍ଡ ସଭ୍ୟ ବଳରାମ କରାଲି, ୱାର୍ଡ ସଭ୍ୟା ମମତା ରଣା, ନାଏବ ସରପଞ୍ଚ ଲମ୍ବୋଦର କୁମୁରା , ଏମବିକେ ପୁଷ୍ପାଞ୍ଜଳି ମାଝୀ , ସିଆରପି କିରଣ ପ୍ରିୟା ପୋଢ଼, ଝୁନୁ ପଟେଲ, ଜନନୀ କିସାନ, ଗୀତା ଭଞ୍ଜ, ନାରୀ ନେତ୍ରୀ ଅନିତା ପଟେଲ, ଜ୍ୟୋତି ପଟେଲ, ଦିପାଞ୍ଜଲୀ ନାଏକ, ଝରଣା ବାଘ୍, କାମିନୀ ବାଗ, କିଶୋରୀ ଜାଲ, ମାଳତୀ କିସାନ, ଶକୁନ୍ତଳା କିସାନ,  ସବିତା କିସାନ, ରୋହିଣୀ କିସାନ, ଜୟ ମଙ୍ଗଳ ମାଝୀ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ  ରୋହିଣୀ କରାଳି ଧନ୍ୟବାଦ ଅର୍ପଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS