BREAKING
Loading...
:

ସି.ଏମ୍.ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତା ଅନୁଷ୍ଠିତ।

 ସି.ଏମ୍.ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତା ଅନୁଷ୍ଠିତ।     

 


ଗଜପତି(ମନୋଜ ପାଢୀ) ସି.ଏମ୍.ଟ୍ରଫି ନିମନ୍ତେ ଆଜି ଗଜପତି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ସି.ଏମ. ଟ୍ରଫି ହାସଲ ନିମନ୍ତେ ୭ ଏପ୍ରିଲ ଠାରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଏଥିରେ ଜିଲ୍ଲାର ୧୫ ବର୍ଷର କମ ବୟସର ୧୭୬ରୁ ଉର୍ଦ୍ଧ୍ବ ଛାତ୍ରମାନେ ଯୋଗଦେଇଛନ୍ତି। ଏହି ପ୍ରତିଯୋଗିତାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠିତକ ଭାବରେ ଶୁଭଉଦଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା, ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ କମଳ କାନ୍ତ ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲାପାଳ କହିଥିଲେ ଯେ ଏହି ପ୍ରତିଯୋଗିତା ମାଧ୍ଯମରେ ଛାତ୍ରଛାତ୍ରୀମାନେ ପାଠ ପଢିବା ସହିତ ବିଭିନ୍ନ କ୍ରୀଡ଼ାରେ ମଧ୍ଯ ଅଭ୍ୟାସ କରିବା ଦ୍ୱାରା ନିଜ ଶରୀର ଓ ଜୀବନ ଗଠନରେ ବିଶେଷ ସହାୟକ ହୋଇଥାଏ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି କ୍ରୀଡ଼ା ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଥାଏ ବୋଲି କହିଛନ୍ତି। ଏହି ପ୍ରତିଯୋଗିତା ଦ୍ଵାରା “ପ୍ରତିଭା ଅନେକ, ଲକ୍ଷ୍ୟ ଏକ ” ମାଧ୍ଯମରେ କର୍ଯ୍ୟକରିବା ସହିତ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଧିବଦ୍ଧ ଉଦ୍ୟମ ଜାରି ରହିଛି । ଆଜି ଏହି ପ୍ରତିଯୋଗିତାରେ ଜିଲ୍ଲାର ୮ଟି କ୍ଲବ୍ ଅଂଶ ଗ୍ରହଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶାରିରୀକ କ୍ରୀଡ଼ା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର, ସମେତ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ

ଶ୍ରୀ ଧୀରେନ୍ଦ୍ର ସାମଲ,ଶ୍ରୀ ସନ୍ତୋଷ ପଟ୍ଟନାୟକ ,ଶ୍ରୀ ଶିବରାମ ଭୂୟାଁ , ଜସ୍ନା ରଇତ, ରେଖାରାଣୀ ଦେଓ ,ଧର୍ଷିତା ପଟ୍ଟନାୟକ, ପ୍ରିୟ ଦର୍ଶୀ ମିଶ୍ର ,କେବି ରେଡ୍ଡୀ ଓ କିଶୋର ସାମଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS