BREAKING
Loading...
:

ପିତା ମାତା ହରାଇଥିବା ପୁଅ ଝିଅ କୁ ସେବା ସଂସ୍ଥାନ ର ସହାୟତା

 *ପିତା ମାତା ହରାଇଥିବା ପୁଅ ଝିଅ କୁ ସେବା ସଂସ୍ଥାନ ର ସହାୟତା*

ଚିକିଟି  (ମଣିଭଦ୍ରା ଖବର) ଚିକିଟି ବ୍ଲକ ଅନ୍ତର୍ଗତ ରମ୍ପା ଗ୍ରାମର ଭାଇଭଉଣୀ ରୋହିଣୀ ମହାରଣା (୧୪) ଓ କାଳିଆ (୫) ଏବେ ଅନାଥ ଏବଂ ବେସାହାରା ପାଲଟିଛନ୍ତି। ଦୁଇବର୍ଷ ତଳେ ମାଆ ଗୌରୀ ମହାରଣାଙ୍କ  କିଡନିଜନିତ ରୋଗରେ ମୃତ୍ୟୁ ପରେ ବାପା ରାଜୁ ମହାରଣା ସେମାନଙ୍କ ପାଇଁ ସାହାରା ସାଜିଥିଲେ। ହେଲେ ଦଇବ ଦାଉ ସାଧିଲା। ବାପା ରାଜୁ ବି ଏକ ଦୁର୍ଘଟଣା ପରେ ମସ୍ତିଷ୍କଜନିତ ସମସ୍ୟା ଦେଇ ଗତି କରୁଥିବାରୁ ତିନିଦିନ ତଳେ ସେ ଆରପାରିକୁ ଚାଲିଯାଇଛନ୍ତି। ଫଳରେ ଦୁଇ ଭାଇଭଉଣୀ ଏବେ କେଉଁଠି ଓ କେମିତି ରହିବେ ଏବଂ କେମିତି ଚଳିବେ ଏହି ଚିନ୍ତାରେ ପଡିଛନ୍ତି। ରୋହିଣୀ ଏବେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ କାଳିଆ ଅଙ୍ଗନବାଡି କେନ୍ଦ୍ରରେ ପଢୁଛି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସହାୟତା ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ଏବଂ ଆମ ସେବା ସଂସ୍ଥାନ ହେଇ ପରିବାର କୁ ଭେଟି 5000 ଟଙ୍କା ଓ ଦୁଇ ହଳ ଲେଖାଏଁ ନୂଆ ପୋଷାକ ଦେବା ସହ ତ ପ୍ରତି ମାସରେ ସାତଶହ (୭୦୦) ଟଙ୍କା ଦିଆଯିବାକୁ ପ୍ରତିଶୃତି ଦେଇଛନ୍ତି । ସେବା ସଂସ୍ଥାନ ଏଇ ସହାୟତା ପାଇଁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS