BREAKING
Loading...
:

କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଓଡିଶା ପାଇଁ ୨ଟି ରେଳ ପ୍ରକଳ୍ପ ମଞ୍ଜୁର, ବିନିଯୋଗ ହେବ ୫,୧୦୪ କୋଟି ଟଙ୍କା

 କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଓଡିଶା ପାଇଁ ୨ଟି ରେଳ  ପ୍ରକଳ୍ପ ମଞ୍ଜୁର, ବିନିଯୋଗ ହେବ ୫,୧୦୪ କୋଟି ଟଙ୍କା 



ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର( ମଣିଭଦ୍ରା ଖବର) 


କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (CCEA) ଆଜି ସାରା ଦେଶରେ ୪ଟି ରେଳ ପ୍ରକଳ୍ପ ମଞ୍ଜୁର କରିଥିବା ବେଳେ, ସେଥିରୁ ୨ଟି ପ୍ରକଳ୍ପ ଓଡିଶା ପାଇଁ ଉଦ୍ଦିଷ୍ଟ । 


ଓଡିଶାର ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଫୋକସ ରହିଆସିଛି ଏବଂ କେନ୍ଦ୍ର ସରକାର ନିୟମିତ ଭାବରେ ଓଡିଶା ପ୍ରତି ଯେଉଁଭଳି ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରକଳ୍ପ ଗୁଡିକ ମଞ୍ଜୁର କରୁଛନ୍ତି, ଏହା ତା’ର ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡିଶା ନିଶ୍ଚିତ ଭାବେ ଦେଶର ଏକ ଗ୍ରୋଥ୍ ଇଞ୍ଜିନ ଭାବେ ବିକଶିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । 




ଏହି ୨ଟି ପ୍ରକଳ୍ପ ହେଉଛି ସମ୍ବଲପୁର-ଜରପଡା(ତାଳଚେର, ଅନୁଗୋଳ) ତୃତୀୟ ଓ ଚତୁର୍ଥ ଲାଇନ୍ ଏବଂ ଝାରସୁଗୁଡା-ସାସନ (ସମ୍ବଲପୁର) ତୃତୀୟ ଓ ଚତୁର୍ଥ ଲାଇନ୍ । ସମ୍ବଲପୁର-ଜରପଡା ପ୍ରକଳ୍ପ ପାଇଁ ୩,୯୧୭ କୋଟି ଟଙ୍କା ବିନିଯୋଗ ହେବାକୁ ଥିବାବେଳେ ଝାରସୁଗୁଡା-ସାସନ ପ୍ରକଳ୍ପ ପାଇଁ ୧,୧୮୭ କୋଟି ଟଙ୍କା ବିନିଯୋଗ ହେବ । ଉଭୟ ପ୍ରକଳ୍ପ ପାଇଁ ୫,୧୦୪ କୋଟି ଟଙ୍କା ବିନିଯୋଗ ହେବ ।



ଏହି ମଲ୍ଟିଟ୍ରାକ୍ ପ୍ରକଳ୍ପ ଗୁଡିକ ଦ୍ୱାରା ସମ୍ବଲପୁର, ଅନୁଗୋଳ ଓ ଝାରସୁଗୁଡା ଜିଲ୍ଲା ଗୁଡିକରେ ରେଳ ପରିବହନ କ୍ଷେତ୍ରରେ ବ୍ୟାପକ ଗତିଶୀଳତା ଆସିବ । ଏହି ପ୍ରକଳ୍ପ ଗୁଡିକ ରେଳ ପରିଚାଳନାକୁ ସହଜ କରିବା ସହିତ ଭିଡ ହ୍ରାସ କରିବ । ପ୍ରଧାନମନ୍ତ୍ରୀଙ୍କ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁଯାୟୀ ମଲ୍ଟି ମୋଡାଲ୍ ସଂଯୋଗ ପାଇଁ ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରାଯିବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS