ଏନ୍ ଏ ସି ରେ ଓଡ଼ିଆ ପକ୍ଷ ପାଳନ
ଦଶପଲ୍ଲା:- (ମଣିଭଦ୍ରା ଖବର) ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସ୍ଥାନରେ ଓଡ଼ିଆ ପକ୍ଷ ପାଳନ କରାଯିବା ସହିତ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ କରାଯାଇଛି। ଓଡ଼ିଆ ଅସ୍ମିତା କୁ ଲକ୍ଷ୍ୟ କରାଯାଇ ରାସ୍ତା କଡ଼ରେ ଲଗାଯାଇଥିବା ସରକାରୀ ବିଜ୍ଞାପନ କିମ୍ୱା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ଇଂରାଜୀ ଲେଖା ବଦଳରେ ଓଡ଼ିଆ ର ନାମ ଫଳକ ଲେଖାଯିବ।ଓଡ଼ିଆ ଭାଷା ରେ ଲେଖିବା ପାଇଁ ସଚେତନ କରାଇବା ସହିତ ଯେପରି ଏଥିରେ ବ୍ୟତିକ୍ରମ ହେବନାହିଁ ସେହି ବିଷୟରେ ମଧ୍ୟ ସଚେତନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି,ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ, ସାଂସଦଙ୍କ ପ୍ରତିନିଧି ଅଞ୍ଜନ କୁମାର ଦାସ, ସମସ୍ତ କାଉନସିଲର, ସମସ୍ତ କର୍ମଚାରୀଙ୍କ ସହିତ ଏନ ଏ ସି କାର୍ଯ୍ୟାଳୟରୁ ବାହାରି ତ୍ରିନାଥ ବଜାର ପର୍ଯ୍ୟନ୍ତ ସଚେତନ କରାଇବା ନିମନ୍ତେ ଏକ ପଦଯାତ୍ରା କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق