BREAKING
Loading...
:

ରାମ ନବମୀ ପାଇଁ ଉତ୍ସବ ମୁଖର ମନ୍ଦିର ଓ ମଠ

 ରାମ ନବମୀ ପାଇଁ ଉତ୍ସବ ମୁଖର ମନ୍ଦିର ଓ ମଠ 



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ସହରର ସମେତ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଥିଲା ରାମ ଜନ୍ମ ଉତ୍ସବ  ଆୟୋଜିତ କାର୍ଯ୍ୟକ୍ରମ  ଆରମ୍ଭ ହୋଇଯାଇଅଛି। ଖଣ୍ଡପଡ଼ା ସହର ର ରଥଗଡା ଛକ ସ୍ଥିତ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରବି ବାର ଦିନ ଶ୍ରୀରାମ ଚନ୍ଦ୍ର ଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି। ମନ୍ଦିର ରେ ପୁଜା ପାଉଥିବା ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ଜନ୍ମ ଉତ୍ସବ କୁ ବିଧିବଦ୍ଧ ଭାବେ ପୁଜା ର୍ଜନା କରି ଖଣ୍ଡପଡ଼ା ସହର ର ସମସ୍ତ ଭକ୍ତଙ୍କ ନିମନ୍ତେ ପ୍ରଭୁଙ୍କୁ ନୂତନ ବସ୍ତ୍ର ପରିଧାନ କରି ସଜାଇ ଭୋଗ ଲଗାଇବାର ବନ୍ଦୋବସ୍ତ କରା ଯାଇ ଥୁଲ। ପ୍ରାତଃ ସମୟରୁ ବିଗ୍ରହ ମାନଙ୍କର ପୂଜା କରିବାସହ ତାଙ୍କୁ ସାଜସଜ୍ଜା ଉପକରଣ ଖଞ୍ଜି ସଜାଯାଇଛି। ପ୍ରଭୁ ଙ୍କ ଦର୍ଶନ ନିମନ୍ତେ ବହୁ ଭକ୍ତ ଶ୍ରଦ୍ଧାଳୁ ମାନ ଭୋଗ ଲଗାଇ ପୁଜା ର୍ଜନା କରି ଥିଲେ। ମନ୍ଦିର ପରିସର ରେ ଭକ୍ତମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ବିଗ୍ରହ ମାନଙ୍କର ନିତି କାନ୍ତି ସମ୍ପର୍ନ୍ନ ପରେ  ପ୍ରଭୁ ଶ୍ରୀ ରାମ,ସିତା ମାତା , ଲକ୍ଷ୍ମଣ ଙ୍କୁ ସୁସଜ୍ଜିତ ବେଶ ଦର୍ଶନ ନିମନ୍ତେ ବହୁ ଭକ୍ତ ଶ୍ରଦ୍ଧାଳୁ ମାନ ଙ୍କ ଭିଡ଼ ଲାଗିରହିଥଲା। ଦିପହରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନର  ବନ୍ଦୋବସ୍ତ ହୋଇଥିଲା ଏଥିରେ ବହୁ ଭକ୍ତ ଶ୍ରଦ୍ଧାଳୁ ଯୋଗଦାନ ଦେଇ ପ୍ରଭୁଙ୍କ ପ୍ରସାଦ ସେବନ କରି ଥିଲେ । ସନ୍ଧ୍ୟା ଆଳତି ଦେଖିବାକୁ ଖଣ୍ଡପଡ଼ା ସହର ବାସୀ ସମେତ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହୋଇ ଆଳତି ଦେଖିବାକୁ ଭିଡ଼ ଲାଗିରହିଥଲା। ରାତ୍ର ସମୟରେ ଖଣ୍ଡପଡ଼ା ସହର ର ଦୁଇଟି ରାମ ଲିଳା ନାଟ୍ୟ ସଂସଦର ନାଟ୍ୟକାର ମଞ୍ଚ ଅଭିନେତା ମାନେ ଏକତ୍ରିତ ହୋଇ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ଜନ୍ମ ଉତ୍ସବ କୁ ବିଧିବଦ୍ଧ ଭାବେ ପୁଜା ର୍ଜନା ପରେ ବଂଦନା ବୋଲି ନାଟ୍ୟ ପରିବେଷଣ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS