BREAKING
Loading...
:

ସାପ କାମୁଡ଼ାରେ ବୃଦ୍ଧ ମୃତ, ସରକାରୀ ସହାୟତା ପ୍ରଦାନ ଦାବି

 ସାପ କାମୁଡ଼ାରେ ବୃଦ୍ଧ ମୃତ, ସରକାରୀ ସହାୟତା ପ୍ରଦାନ ଦାବି 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ଶିତୁଳିଆ ସାହିର ଜଣେ ବୃଦ୍ଧ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ଶିତୁଳିଆ ସାହିର ଲୋଚନ ନାୟକ (୭୦) । ବୃଦ୍ଧ ଜଣକ ସକାଳ ୯ ଘଟିକା ସମୟରେ  ପଦାକୁ କାଠ ହାଣିବାକୁ ଯାଇଥିବା ବେଳେ ସେଠାରେ ଏକ ନାଗ ସାପ ତାଙ୍କୁ କାମୁଡିଥିଲା । ସଙ୍ଗେ ସଙ୍ଗେ ବୃଦ୍ଧ ଜଣଙ୍କୁ ଆମ୍ବୁଲାନ୍ସ ଜରିଆରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଗଣିଆ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି । ତେବେ ମୃତକ ଜଣକ ଅତ୍ୟନ୍ତ ଗରୀବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS