ମାଁ ଡୁମା ଳୁଣୀ ବାର୍ଷିକ ଉଭା ଉତ୍ସବ ଅନୁଷ୍ଠିତ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ସହର ୧୦ ନମ୍ବର ୱାର୍ଡର ବ୍ରାହ୍ମଣ ସାହି ର ଅଧିଷ୍ଠାତ୍ରୀ ଦେବୀ ମାଁ ଡୁମା ଳୁଣୀ ବାର୍ଷିକ ଉଭା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଗତ ଗୁୁରୁବାର ଦିନ ସଂଧ୍ୟା ସମୟରେ ସେଠାରେ ଉପସ୍ଥିତ ବହୁ ଭକ୍ତ ଶ୍ରଦ୍ଧାଳୁ ମାନ ଙ୍କ ଭିଡ଼ ଲାଗିରହିଥଲା। ଏହି ଉଭା ଉତ୍ସବ ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ସହର ର ଅନେକ ଶକ୍ତିପୀଠ ମଧ୍ୟ ରୁ ଏକ ଅନ୍ୟତମ ଶକ୍ତି ପିଠ ରୁପେ ପରିଚିତ ରାଜ ରାଜୂଡା ସମୟରେ ସେଠାରେ ବୋଦା ବଳି ପଡୁଥିବା ପ୍ରଥା ପ୍ରଚଳିତ ହୋଇଆସୁଛି।
ଦିନ ରେ ମାଁ ଙ୍କୁ ଦର୍ଶନ ନିମନ୍ତେ ବହୁ ଭକ୍ତ ଶ୍ରଦ୍ଧାଳୁ ମାନ ସାମିଲ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସମୟରେ ଆୟୋଜିତ ଉଭା ଉତ୍ସବ ରେ ପୁଜକ ଓ ତାଙ୍କର ସହକ୍ରମି ଙ୍କ ସମେତ ସ୍ଥାନୀୟ ଅଳର ବହୁ ଭକ୍ତ ଆସି ପୂଜା କରିବାସହ ଉଭା କାର୍ଯ୍ୟକ୍ରମ କରି ମାଁ ଙ୍କ ଧଣ୍ଡା ମାଳକୁ ସାହି ପରିକ୍ରମା କରି ମାଁ ହରଚଣ୍ଡି ପିଠରେପଣାଭୋର ଆୟୋଜନ ହୋଇଥିଲା। ସେଠାରୁ ଜଗନ୍ନାଥ ମନ୍ଦିରରେ ପ୍ରଚଳିତ କିମ୍ବଦନ୍ତୀ ମତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଣା ଭୋଗ ସାରି ସେଠାରୁ ମାଁ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରି ଥିଲେ। ସମସ୍ତ ଭକ୍ତଙ୍କ ନିମନ୍ତେ ପଣା ଭୋଗ ର ବନ୍ଦୋବସ୍ତ ହୋଇଥିଲା ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ପାଳନ ହୋଇଯାଇଛି।


Post a Comment