BREAKING
Loading...
:

ଖଣ୍ଡପଡ଼ା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ' ଶିକ୍ଷାଭାରତୀ' ରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ


ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ' ଶିକ୍ଷାଭାରତୀ' ରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅନୁଷ୍ଠାନ ରେ ୮ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଦୁଇ ଛାତ୍ର ଅଭିଷେକ ମହାନ୍ତି ଓ ସାଇ ଆଦର୍ଶ ଆଚାର୍ଯ୍ୟ ଚଳିତ ବର୍ଷ NMMS ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଛନ୍ତି। ଅଭିଷେକ ନୟାଗଡ ଜିଲ୍ଲା ରେ ୬ଷ୍ଠ ସ୍ଥାନ ହାସଲ କରିଛନ୍ତି।ଶିକ୍ଷାଭାରତୀ ଅନୁଷ୍ଠାନ ତରଫ ରୁ ଦୁହିଁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉକ୍ତ  କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀମାନ ପରମେଶ୍ବର ମହାନ୍ତି ଓ ସମସ୍ତ ଶିକ୍ଷକ ବୃନ୍ଦ ସେଠାରେ ଉପସ୍ଥିତ ରହି ସେମାନଙ୍କୁ ସମ୍ବର୍ଦ୍ଧିନା ପ୍ରଦାନ  କରିଥିଲେ।ଶିକ୍ଷାଭାରତୀ ଅନୁଷ୍ଠାନ ର ଉକ୍ତ ସଫଳତା ପାଇଁ ଅଭିଭାବକ ମହଲ ରୁ ପ୍ରଶଂସା ର ସୁଅ ଛୁଟିଛି।

ମଣିଭଦ୍ରା, ଖଣ୍ତପଡା ବ୍ଳକ 

Post a Comment

Previous Post Next Post
Header ADS