BREAKING
Loading...
:

ରାମ ନବମୀ ଉତ୍ସବ କମିଟି ରାୟଗଡ ତରଫରୁ ସାମ୍ବାଦିକ ସମ୍ମିଳନୀ

 ରାମ ନବମୀ ଉତ୍ସବ କମିଟି ରାୟଗଡ ତରଫରୁ ସାମ୍ବାଦିକ ସମ୍ମିଳନୀ 

ରାୟଗଡ (ମଣିଭଦ୍ରା ଖବର) ସହରରେ ପ୍ରତି ବର୍ଷ ବଡ଼ ଧୁମଧାମରେ ଶ୍ରୀ ରାମ ନବମୀ ଉତ୍ସବ ପାଳନ ହୁଏ । ସେହିପରି ଚଳିତ ବର୍ଷ ୬ ତାରିଖ ରେ ଏହି ପବିତ୍ର ଉତ୍ସବ ପାଳନ ବଡ଼ ଆଡମ୍ବର ରେ ପାଳନ କରିବା ନେଇ କମିଟି ତରଫରୁ ସ୍ଥାନୀୟ ମା ମଝିଘରିଆଣି ମନ୍ଦିର ପ୍ରାଙ୍ଗଣରେ ଥିବା ଉଦ୍ୟାନ  ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଥିଲେ । ଆସନ୍ତା ୬ ତାରିଖ ରେ ସକାଳ ଠିକ ୯.୩0 ରେ ରାମ ଜନ୍ମଉତ୍ସବ ଶୋଭାଯାତ୍ରା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପାଖ ଶ୍ରୀରାମ ମନ୍ଦିର ଠାରୁ  ବାହାରି ମୁଖ୍ୟ ବଜାର ଦେଇ କପିଳାସ ହୋଟେଲ ଛକ ଦେଇ ଜ୍ୟୋତି ମହଲ ଛକ ରେ ଥିବା ଶ୍ରୀ ଭେଙ୍କଟସ୍ୱର ସ୍ୱାମୀ ମନ୍ଦିର ଠାରେ ସମାପ୍ତ ହେବ। ଉକ୍ତ ସ୍ଥାନରେ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି।ତେବେ ଏହି ଶୋଭାଯାତ୍ରା ରେ ୩୫ ଗୋଟି କୀର୍ତ୍ତନ ମଣ୍ଡଳୀ, ଜିଲ୍ଲା ର ଅନେକ ସାଧୁ ସନ୍ଥ , ରାମ ସେନା , ଶ୍ରୀ ରାମ ଝାଙ୍କି, ବିଭିନ୍ନ ହିନ୍ଦୁ ସଂଘଠନ, ବିଭିନ୍ନ ଜାତି ସମାଜ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ବିଭିନ୍ନ ନୃତ୍ୟ ମଣ୍ଡଳୀ ଯୋଗ ଦେବା ସହ ସହରର ଏବଂ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଶୋଭାଯାତ୍ରାରେ ସାମିଲ ହେବା ର କାର୍ଯ୍ୟକ୍ରମ ରହିଛି । ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ବବିଲି ରୁ ଆସିଥିବା ପ୍ରଭୁ ଶ୍ରୀରାମ ଙ୍କ ଦରବାର ଏବଂ ଚିତ୍ରକୂଟ ରୁ ଆସିଥିବା ପ୍ରଭୁ ଶ୍ରୀରାମ ଙ୍କ ପାଦୁକା ଏକ ରଥ ରେ ସହର ପରିକ୍ରମା କରିବାପାଇଁ ଏବଂ ଏହି ରଥ କୁ ମାତୃଶକ୍ତି ମାନଙ୍କ ଦ୍ୱାରା ଟାଣିବା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ତେବେ ରାମ ନବମୀ ଉତ୍ସବ ପାଇଁ ସମ୍ପୂର୍ଣ ସହର କୁ ଭଗବା ରଙ୍ଗ ରେ ସଜା ଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷ୍ୟା କରିବା ପାଇଁ କମିଟି ତରଫରୁ  ସ୍ବେଛାସେବୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ପାଇଁ ପ୍ରଶାସନ କୁ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସହଯୋଗ ମଗା ଯାଇଛି।ତେବେ ଏହି ସାମ୍ବାଦିକ ସମ୍ମିଳନୀ ରେ ରାମ ନବମୀ ଉତ୍ସବ କମିଟି ତରଫରୁ ଶ୍ୟାମ କୁମାର ଦାଶ, ବିଦ୍ୟା ଭୂଷଣ ପଣ୍ଡା, ଅଜୟ କୁମାର ଚୂଲେଟ, ରାଜେଶ ନାଇଡ଼ୁ ଏବଂ ରାମ କୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS