BREAKING
Loading...
:

ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଙ୍କୁ ଖଣ୍ଡପଡ଼ା ସହର ବାସୀଙ୍କ ସ୍ବାଗତ

 ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଙ୍କୁ ଖଣ୍ଡପଡ଼ା ସହର ବାସୀଙ୍କ ସ୍ବାଗତ 



ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଶନିବାର ଅପରାହ୍ନରେ ଖଣ୍ଡପଡ଼ା ସହର ରେ ଆସି ପହଁଚିସାମନ୍ତ ଚନ୍ଦ୍ରଶେଖର ଙ୍କ ପ୍ରତ୍ତିମୃତ୍ତୀ ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।ଖଣ୍ଡପଡ଼ା ବାସିନ୍ଦା ଙ୍କ ଠାରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ବିଜେପି ରାଷ୍ଟ୍ରୀୟ ଯୁବ ସମ୍ପାଦକ ଅଭିଳାଷ ପଣ୍ଡା,ଯୁବ ସମାଜସେବୀ ଓ ପତ୍ରକାର ଚିତ୍ତରଞ୍ଜନ ମିଶ୍ର ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଆଜି ହେଉଛି ମହିଳା ଦିବସ, ଏହି ଅବସରରେ ଖଣ୍ଡପଡ଼ା ଅଞ୍ଚଳ ର ସମସ୍ତ ଜନସାଧାରଣଙ୍କ ଓ ଚାଷୀ ସୁବିଧା ନିମନ୍ତେ ଧାନ ମଣ୍ଡି ଘର ତିଆରି ନିମନ୍ତେ ପ୍ରସ୍ତାବ ରଖାଗଲା। ବିଧାନସଭାରେ ଗୃହୀତ ହୋଇଥିବା ପଠାଣି ସାମନ୍ତ ଙ୍କ ଜନ୍ମମାଟି ଖଣ୍ଡପଡ଼ା ରେ ପ୍ଲାନ୍ ଟୋରୀୟମ ପ୍ରତିଷ୍ଠା ହେବ ବୋଲି ଖଣ୍ଡପଡ଼ା ବାସି ଙ୍କ ସମ୍ମୁଖରେ ମନ୍ତ୍ରୀ ପ୍ରକାଶ କରିଥିଲେ । ଖଣ୍ଡପଡ଼ା ସହର ର ସମସ୍ତ ଜନସାଧାରଣଙ୍କ ମନରେ ଥିବା ଦ୍ବନ୍ଦ କୁ ଦୁର କରି ଥିଲେ।ରାଜ୍ୟ ସରକାରଙ୍କର ନିର୍ଦ୍ଦେଶନୁ କ୍ରମେ ଖୁବ୍ ଶୀଘ୍ର ଖଣ୍ଡପଡ଼ା ଠାରେ ଏକ ପ୍ଲାନ୍ ଟୋରୀୟମ ପ୍ରତିଷ୍ଠା ହେବ ବୋଲି ଜଣାଇ ସେଠାରୁ କଣ୍ଟିଲୋ ଅଭିମୁଖେ ଯାତ୍ରା କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS