BREAKING
Loading...
:

ଜିଲ୍ଲା ସଭାପତି ଚୟନ କୁ ନେଇ ଭଏସ ଅଫ ମିଡ଼ିଆ ସାମ୍ବାଦିକ ସଙ୍ଘ ର ଜରୁରୀ କାଳୀନ ବୈଠକ

 ଜିଲ୍ଲା ସଭାପତି ଚୟନ କୁ ନେଇ ଭଏସ ଅଫ ମିଡ଼ିଆ ସାମ୍ବାଦିକ ସଙ୍ଘ ର ଜରୁରୀ କାଳୀନ ବୈଠକ |

ବାଙ୍କୀ ,(ମାନସ ରଞ୍ଜନ ସାହୁ ):ଜାତୀୟ ସ୍ତର ର ସାମ୍ବାଦିକ ସଙ୍ଘ ଭଏସ ଅଫ ମିଡ଼ିଆ ର କଟକ ଜିଲ୍ଲା ଶାଖା ତରଫ ରୁ ଏକ ଜରୁରୀ କାଳୀନ ବୈଠକ ତ୍ରିକୂଟଧାମ କ୍ଷେତ୍ର  ଗୋପୀନାଥପୁର   ସିଂଘନାଥ ପୀଠ ଠାରେ ଅନୁଷ୍ଠିତ ହୋଇ ଯାଇଛି | ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ସମସ୍ତ ସଦସ୍ୟ ଙ୍କ ସହ ରାଜ୍ୟ ସଭାପତି ପ୍ରଭାତ ମିଶ୍ର,ରାଜ୍ୟ ମିଡ଼ିଆ ସଂଯୋଜକ ପୁର୍ଣ୍ଣେନ୍ଦୁ କୁମାର ନାୟକ ପ୍ରମୁଖ ବୈଠକ ରେ ଉପସ୍ଥିତ ଥିଲେ। ବଡମ୍ବା ବ୍ଲକ ସଭାପତି ବିଜୟ ରାଉତ ଙ୍କ ସଭାପତିତ୍ୱ ଓ  ସମ୍ପାଦକ ଅଶୋକ ଦାସ ଙ୍କ ପରିଚାଳନା ରେ ସଙ୍ଘ ର ବହୁବିଧ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା | ଏହି ଅବସର ରେ ସଙ୍ଘ ସଂଗଠନ କୁ ଆଗକୁ ନେବା ଏବଂ ସାମ୍ବାଦିକ ମାନଙ୍କ ମୌଳିକ ସ୍ୱାର୍ଥ କୁ ନେଇ ରାଜ୍ୟ ସଭାପତି ଶ୍ରୀ ମିଶ୍ର ବିଶେଷ ଆଲୋକପାତ କରିଥିଲେ | ଏହି ବୈଠକ ରେ  ପୂର୍ବରୁ ଜିଲ୍ଲା ସଙ୍ଘ ର ସଭାପତି ରୂପେ ରହିଥିବା ତଥାଗତ ବିଶ୍ୱାଳ ଙ୍କୁ ନେଇ ସଙ୍ଘ ର ବହୁ ସଦସ୍ୟ ଙ୍କ ନିକଟରୁ ଅଭିଯୋଗ ଆସିଥିଲା | ଯାହାକୁ ନେଇ ଭଏସ ଅଫ ମିଡ଼ିଆ  ର ସମସ୍ତ ସଭ୍ୟ ଙ୍କ ମତାମତ କ୍ରମେ ରାଜ୍ୟ ସଭାପତି ଶ୍ରୀ ମିଶ୍ର ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସଭାପତି ତଥାଗତ ବିଶ୍ୱାଳ ଙ୍କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜିଲ୍ଲା ସଭାପତି ଦାୟିତ୍ୱ ରୁ ମୁକ୍ତ କରିବା ସହ, ପୂର୍ବରୁ ସଙ୍ଘ ରୁ ଅପସାରିତ ହୋଇଥିବା ଦୁଇ ସଦସ୍ୟ ପ୍ରତାପ ନାୟକ ଏବଂ ସୁଧାଂଶୁ ଶତପଥୀ ଙ୍କୁ ପୁନର୍ବାର ସଙ୍ଘ ରେ ସାମିଲ କରାଯାଇଛି | ଏବଂ ପୂର୍ବରୁ ରାଜ୍ୟ ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ପୁର୍ଣ୍ଣେନ୍ଦୁ କୁମାର ନାୟକ ଙ୍କୁ  ଅତିରିକ୍ତ ଭାବେ  ଜିଲ୍ଲା ସଭାପତି ର ଦାୟିତ୍ୱ ସଙ୍ଘ ତରଫରୁ ପ୍ରଦାନ କରାଯାଇଛି | ଏହି ବୈଠକ ରେ   ବିଜୟ ରାଉତ, ଅଶୋକ ଦାସ, ମାନସ ରଞ୍ଜନ ସାହୁ, ସୁଶାନ୍ତ କୁମାର ନାୟକ, ନିରଞ୍ଜନ ପତି, ନବ କିଶୋର ପଣ୍ଡା, ବିକ୍ରମ ସେଠ,ସୁଧାଂଶୁ ଶତପଥୀ, ପ୍ରତାପ ନାୟକ, ମନୋରଞ୍ଜନ ସାହୁ, ସୁବାସ ରଣା ଙ୍କ ସମେତ ସଙ୍ଘ ର ବହୁ  ସଦସ୍ୟ ଯୋଗ ଦେଇଥିଲେ |

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS