BREAKING
Loading...
:

ରାଜ୍ୟରେ ବଢ଼ିବ ପଞ୍ଚାୟତ ଓ ବ୍ଲକ, ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ

 ରାଜ୍ୟରେ ବଢ଼ିବ ପଞ୍ଚାୟତ ଓ ବ୍ଲକ, ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ 


ସମ୍ବଲପୁର (ମଣିଭଦ୍ରା ଖବର)


ରାଜ୍ୟରେ  ବଢିବ ପଞ୍ଚାୟତ ଓ ବ୍ଳକ ସଂଖ୍ୟା। ଏନେଇ ସୂଚନା ଦେଲେଣି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ। ଜଣେ ସାଧାରଣ ଜନତାରୁ ନେତା ଓ ମନ୍ତ୍ରୀ ହେବାପରେ ନିଜର ଅନୁଭୂତିର ପାରଦର୍ଶିତାକୁ ମାପକାଠି କରି ସମଗ୍ର ଓଡିଶାବାସୀଙ୍କ ପାଇଁ ଏକ ବଡ଼ ବିଶ୍ୱାସ ଦେଇଛନ୍ତି। ମନ୍ତ୍ରୀ ରବିନାରାୟଣ କାରଣ ଦର୍ଶାଇ କହିଛନ୍ତି ବଢ଼ିବ ପଞ୍ଚାୟତ, ବଢ଼ିବ ବ୍ଲକ । ମାର୍ଚ୍ଚ ପରେ ଆରମ୍ଭ ହେବ ପ୍ରକ୍ରିୟା । ୧୦  ବର୍ଷରେ ଥରେ ପଞ୍ଚାୟତ ପୁନର୍ଗଠନ ହୁଏ। ସେହିପରି ୨୦ ବର୍ଷରେ ବ୍ଲକ ଗଠନ ହୋଇଥାଏ । କିନ୍ତୁ ପୂର୍ବ ସରକାର ୨୪ ବର୍ଷ ଶାସନ କରି ମଧ୍ୟ୍ୟ ଲୋକଙ୍କୁ ସୁଶାସନ ଦେବାକୁ ବହୁତ ପଛରେ ରହିଗଲା। ସେହି ପ୍ରାବଧାନରେ ନୂଆ ପଞ୍ଚାୟତ ଗଠନ ନେଇ ପ୍ରୟାସ ଚାଲିଛି । ସେହିପରି ଅନେକ ଜାଗାରେ ବ୍ଲକ ପୁନର୍ଗଠନର ଆବଶ୍ୟକତା ରହିଛି । ଗୋଟିଏ ବ୍ଲକରେ ୩୮ଟି ପଞ୍ଚାୟତ ଅଛି। ଏତେ ବଡ଼ ବ୍ଲକରେ ଜଣେ ବିଡିଓ କାମ କରିବା କଷ୍ଟ। ତେଣୁ ଅଞ୍ଚଳର ହିତକୁ ଦେଖି ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ । ମାର୍ଚ୍ଚରେ ବଜେଟ୍ ଶେଷ ଅଧିବେଶନ ସରିବା ପରେ ଜନ ସାଧାରଣଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପଞ୍ଚାୟତ ଓ ବ୍ଲକ ପୁନଃର୍ଗଠନ ପାଇଁ  ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS