BREAKING
Loading...
:

ମୋହନା ହନୁମାନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ, ଲକ୍ଷାଧିକ ଭକ୍ତଙ୍କ ସମାଗମ, ବିଶାଳ କଳସଯାତ୍ରା

 ମୋହନା ହନୁମାନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ, ଲକ୍ଷାଧିକ ଭକ୍ତଙ୍କ ସମାଗମ, ବିଶାଳ କଳସଯାତ୍ରା 

ଗଜପତି (ମଣିଭଦ୍ରା ଖବର) ମୋହନା ସ୍ଥିତ ହନୁମାନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ରବିବାର ଦିନ ଠାରୁ ଆରମ୍ଭ ହୋଇଯାଇଛି l ଶ୍ରୀ ହନୁମାନ ମନ୍ଦିର ସେବା ସମିତି ଦ୍ୱାରା ଆୟୋଜିତ ଏହି ପ୍ରତିଷ୍ଠା ଉତ୍ସବ ୨ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି l ପ୍ରଥମ ଦିନରେ ଗଙ୍ଗା ଆବାହନ, ଘୃତଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ ଓ ଅର୍ଣ୍ଣଯଜ୍ଞ ସହ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l ମଧ୍ୟାହ୍ନ ୧୨ ଟାରେ ବ୍ଲକ ର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ କଳସ ଧରି ଶୋଭାଯାତ୍ରା ରେ ଆସି ମୋହନା ସ୍ଥିତ ଶିବ ମନ୍ଦିରରେ ପହଞ୍ଚିଥିଲେ l ସେଠାରୁ ମହିଳା ମାନେ କଳସ ଯାତ୍ରାରେ ବାହାରି ବଜାର ପରିକ୍ରମା କରି ହନୁମାନ ମନ୍ଦିରରେ ବହୁ ଆଡ଼ମ୍ବର ସହ ପହଞ୍ଚିଥିଲେ l ଯଜ୍ଞସ୍ଥଳରେ କଳସ ସ୍ଥାପନ ପରେ ଜ୍ଞାନଯଜ୍ଞ ହୋଇଥିଲା l ଏଥିରେ କରଚୁଳି ଆଶ୍ରମ ମହନ୍ତ ସତ୍ୟାନନ୍ଦ ଗିରି,ଜିରାଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଖେମ୍ପୋ ପେମା ଟେମ୍ପଲ,ଚିକିଟି ବିଧାୟକ ଙ୍କ ଧର୍ମପତ୍ନୀ ତଥା ମହିଳା ନେତ୍ରୀ ମିନା ଦ୍ୟାନଶାନ୍ତରl, ମୋହନା ଗ୍ରାମ ମୁଖିଆ ପ୍ରତାପ ପାତ୍ର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶାରୀରିକ ପ୍ରମୁଖ ଅଶୋକ ରଣଜିତ, ସମାଜସେବୀ ଭିକାରି ବେହେରା,ବଣିକ ସଂଘ ସଭାପତି ମନୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଏହି ପ୍ରତିଷ୍ଠା ଉତ୍ସବର ଦ୍ୱିତୀୟ ଦିନରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ସନ୍ଧ୍ୟା ୭.୩୦ ସମୟରେ ଯୋଗ ଦେଇ ଥିବା ବେଳେ ଓଡ଼ିଶାର ବିଶିଷ୍ଟ ସାଧୁବାଣୀ ପ୍ରବଚକ ଜିତୁ ଦାସ ୮.୦୦ ଘଣ୍ଟା ସମୟରେ ପ୍ରବଚନ ଦେଇଥିଲେ। ସନ୍ଧ୍ୟା ସମୟରେ ପ୍ରବଚନ ଶୁଣିବା ନିମନ୍ତେ ହଜାର ହଜାର ଶ୍ରୋତା ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ମିନା ବଜାର,ଭଜନ ସାନ୍ଧ୍ୟl ଓ ପ୍ରବଚନ କାର୍ଯ୍ୟକ୍ରମ କରାଯାଉଥିବା ଆୟୋଜକ ହନୁମାନ ସେବା ସମିତି ସୂଚନା ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ସଡ଼କ ପରିବହନ ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଉପସ୍ଥିତ ରହି ଆୟୋଜକଙ୍କୁ ସାଧୁବାଦ୍ ଦେବା ସହ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଉପସ୍ଥିତ ରହିବା ସହ ମୋହନା ବ୍ଲକ ଝିକିକି ଠାରେ ଅନୁଷ୍ଠିତ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ମନ୍ତ୍ରୀ ଙ୍କ ସଙ୍ଗେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମଧ୍ୟ ଝିଲିକି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିବା ଜଣାପଡିଛି। ମୋହନା ଠାରେ ଭଗବାନ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଦୈନିକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସୂଚନା ଥିବା ପ୍ରକାଶ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS