BREAKING
Loading...
:

ବୁରୋମାଲ ରେ ପୋଲିସ ର ଜନସଂପର୍କ ଶିବିର,

 ବୁରୋମାଲ ରେ ପୋଲିସ ର ଜନସଂପର୍କ ଶିବିର,

ମାଗଣା ସ୍ବାସ୍ଥ୍ୟ ଶିବିର ସହିତ ଖେଳ କୁଦ ଓ ବିଭିନ୍ନ ଉପକରଣ ବଣ୍ଟନ

 


ବଲାଙ୍ଗୀର( ମଣିଭଦ୍ରା ଖବର) ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ବୁରୋମାଲ ଗାଁ ଖେଳ ପଡିଆ ଠାରେ ପୋଲିସ ତରଫରୁ ଜନସଂପର୍କ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନସଂପର୍କ ଶିବିର ରେ ମୁଖ୍ୟ ଅତିଥି ପାଟଣାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଦାନନ୍ଦ ପୁଝାରୀ, ସମ୍ମାନୀତ ଅତିଥି ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ବଲାଙ୍ଗିର ଡ଼ି ଆଇ ଓ ସି ଆସିଷ୍ଟାଣ୍ଟ କମଣ୍ଡେଣ୍ଟ ସୁଦୀପ୍ତ ସାହୁ, ରଙ୍କନିଧି ଜାନି , ସ୍ଥାନୀୟ ସରପଞ୍ଚ ରୀନା ଜାଲ ଯୋଗଦେଇଥିଲେ। ଏହି ଅବସରରେ ଯୁବକ ମାନଙ୍କ ମଧ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ବିଜେତା ଦଳ କୁ ଟ୍ରଫି ଦେଇ ସମ୍ବର୍ଧିତ କରାଯାଇଥିଲା। ସେହି ପରି ଏକ ମାଗଣା ସ୍ବାସ୍ଥ୍ୟ ଶିବିର ମାଧ୍ୟମରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ କରାଯାଇଥିଲା। ଶତାଧିକ ବୃଦ୍ଧା ବୃଦ୍ଧ ଙ୍କୁ କମ୍ବଳ, ସାଲ, ଛତା,ଶାଢ଼ୀ ବଣ୍ଟନ କରାଯାଇଥିବା ବେଳେ ସୋଲାର ଲାଇଟ୍, ଟର୍ଚ୍ଚ ଓ ସାଂସ୍କୃତିକ ଦଳ କୁ ବାଦ୍ୟ ଯନ୍ତ୍ର ବଣ୍ଟନ କରାଯାଇଥିଲା। ପୋଲିସ ଓ ଜନସାଧାରଣ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଏହି ଜନସଂପର୍କ ଶିବିର ଆୟୋଜିତ ହୋଇଥିଲା। ସୂଚନା ଯୋଗ୍ୟ କିଛି ଦିନ ତଳେ ବୁରୋମାଲ୍ ଗାଁ ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ ରେ ମାଓ ବାଦି ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । 

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS