BREAKING
Loading...
:

ଦୀର୍ଘ ଦିନର ଆଶା ପୂରିଲା, ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କଲେ ଅଞ୍ଚଳବାସୀ

 ଦୀର୍ଘ ଦିନର ଆଶା ପୂରିଲା, ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କଲେ ଅଞ୍ଚଳବାସୀ

ଗଣିଆ( ମଣିଭଦ୍ରା ଖବର) ଅଞ୍ଚଳବାସୀଙ୍କର ଦୀର୍ଘ ଦିନର ଆଶା ପୂରଣ ହୋଇଛି ।  ଆଜି ସେହି ବାଟ ଦେଇ ଯିଏ ବି ଯାଉଛି ଧନ୍ୟବାଦ ନଦେଇ ରହିପାରୁନି । ବିଶେଷକରି ଗଣିଆ ସରପଞ୍ଚ ଗିରିଧାରୀ ସେଠୀ ଏବଂ ସମିତି ସଭ୍ୟ ଫକୀର ମୋହନ ଡାକୁଆ ବିଧାୟକଙ୍କୁ ଆନ୍ତରିକ କୃତଜ୍ଞତା ଏବଂ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଗଣିଆରେ ଥିବା ହାଟ ପଡ଼ିଆରେ ଦୀର୍ଘ ଦିନ ହେବ ଲାଇଟ୍ ଲାଗିବା ପାଇଁ ଦାବି ହୋଇ ଆସୁଥିଲା । ଗଣିଆ ବଜାର ଉପରେ ଥିବା ହାଟ ପଡ଼ିଆ ଦେଇ ସ°ନ୍ଧ୍ୟା ସମୟରେ ଯାତାୟାତ କରିବା ଅସମ୍ଭବ ହୋଇପଡୁଥିଲା । ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷ ମାନେ ସନ୍ଧ୍ୟାରେ ଏହି ବାଟ ଦେଇ ଯିବାକୁ ନିଜକୁ ସୁରକ୍ଷିତ ମଣୁ ନଥିଲେ । କିଟିକିଟି ଅନ୍ଧାରରେ ଅନେକ ଅନୈତିକ କାର୍ଯ୍ୟଠାରୁ ଆରମ୍ଭ କରି ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଥିଲା ହାଟ ପଡ଼ିଆ । ତେବେ ବିଧାୟକ ରମେଶ ଚନ୍ଦ୍ର ବେହେରା ତାଙ୍କ ହାତ ପାଣ୍ଠିରୁ ୩ ଲକ୍ଷ ଟଙ୍କା ପ୍ରଦାନ  କରିଥିବା ବେଳେ ଆଜି ଗଣିଆ ହାଟ ପଡିଆରେ  ହାଇମାକ୍ସ ଲାଇଟ୍ ଲାଗିଥିବା ଜଣାପଡିଛି ।  ଅଞ୍ଚଳବାସୀ ଦୀର୍ଘ ଦିନ ଧରି ହାଟ ପଡ଼ିଆରେ ଲାଇଟ୍ ଲାଗିବା ପାଇଁ ଦାବି କରି ଆସୁଥିବାବେଳେ ବିଧାୟକଙ୍କ ପ୍ରଚେଷ୍ଟାରେ ଏହି ଦାବି ପୂରଣ ହୋଇଥିବାରୁ ବିଧାୟକଙ୍କୁ କୃତଜ୍ଞତାର ସୁଅ ଛୁଟିଛି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS