ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟରୁ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁକନ୍ୟା ଉଦ୍ଧାର ।
ଗଜପତି (ମଣିଭଦ୍ରା ଖବର) ସନ୍ଧ୍ୟା ସମୟରେ କେ. ସିରିଶା ନାମ୍ନୀ ଜଣେ ମହିଳା ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟରୁ ଏକ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। ଉକ୍ତ ସହୃଦୟା ମହିଳା ଜଣକ ଆଜି ସକାଳେ ସେହି ଶିଶୁଟିକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସ୍ଛାଳୟରେ ଚିକିସ୍ତ୍ଛା ନିମନ୍ତେ ଭର୍ତି କରିବା ସହିତ ଶିଶୁଟିର ପରବର୍ତ୍ତୀ ଯତ୍ନ ସୁରକ୍ଷା ନିମନ୍ତେ ଅନୁରୋଧ କରି ସରକାରଙ୍କୁ ଶିଶୁଟିକୁ ହସ୍ତାନ୍ତର କରିଛନ୍ତି।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଚାଇଲ୍ଡ ହେଲ୍ପଲାଇନ ଓ ନିଶାନ ଶାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମଚାରୀ ଜିଲ୍ଲା ମୁଖ୍ୟ ଚିକିତ୍ସ୍ଛାଳୟରେ ପହଞ୍ଚି ଡାକ୍ତରଙ୍କ ପରାମର୍ଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସ୍ଛାଳୟରେ ଶିଶୁଟିକୁ ଆବଶ୍ୟକୀୟ ଚିକିସ୍ତ୍ଛା ପ୍ରଦାନ ଜାରି ରଖିଛନ୍ତି। ଶିଶୁଟି ବର୍ତମାନ ସୁସ୍ଥ ରହିଥିବା ବେଳେ, ନିଶାନ ଶାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଜଣେ ଆୟା ଶିଶୁର ଯତ୍ନ ନେଉଛନ୍ତି।
ସୂଚାନ ଥାଉ କି, ଶିଶୁଟି ଚିକିସ୍ତ୍ଛାଳୟରୁ ଡିସ୍ଚାର୍ଜ ହେବା ପରେ, ଶିଶୁ ମଙ୍ଗଳ ସମିତି, ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ନିଶାନ ଶାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ରାଣୀପେଟାଠାରେ ରଖାଯାଇ ସମସ୍ତ ଯତ୍ନ ସୁରକ୍ଷା ପ୍ରଦାନ କରିବା ସହିତ ସରକାରଙ୍କ ନିୟମ ଅନୁଯାୟୀ ଥାଇଥାନର ବ୍ୟବସ୍ଥା କରାଯିବ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق