ଶ୍ରୀ ସୁବର୍ଣ୍ଣେଶ୍ଵର ମନ୍ଦିର ଉନ୍ନତି କରଣ ଆଳରେ ମଣ୍ଡପ ନିର୍ମାଣ କୁ ନେଇ ଜନସାଧାରଣ ଙ୍କ ଅସୋନ୍ତୋଷ ପ୍ରକାଶ
ଖଣ୍ଡପଡ଼ା ୧୧,୨( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହର ଏନ୍ଏ ସି ୯ ନମ୍ବର ୱାର୍ଡର ବଡ଼ ପୋଖରୀ ହୁଡ଼ାରେ ଥିବା ପ୍ରାଚୀନ କାଳରୁ ବାବା ସୁବର୍ଣ୍ଣେ ଶ୍ଵର ମନ୍ଦିର ଉନ୍ନତି କରଣ ପାଇଁ ରାଜ୍ୟସରକାର ଙ୍କ ପକ୍ଷରୁ ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଜରିଆରେ ୪ ଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇଥିଲା। ମୂଖ୍ୟ ମନ୍ତ୍ରୀ ସ୍ବତନ୍ତ୍ର ସାହୟତା ଯୋଜନା ରେ ମଞ୍ଜୁର ଅନୁଦାନ ଅର୍ଥ ରେ ପ୍ରତ୍ୟେକ ଶୈବପୀଠ ରପରିପାଶ୍ଵିକ ଉନ୍ନତି କରଣ କାର୍ଯ୍ୟ କରାନଯାଇ ମନ୍ଦିର ପରିସର ରେ ଏକ ବୈଠକ ମଣ୍ଡପ ନିର୍ମାଣ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତ୍ୟେକ ମନ୍ଦିର ଚତୁଃପାର୍ଶ୍ଵରେ ପ୍ରାଚୀର ଓ ଚଟାଣରେ ସିମେଣ୍ଟ ଟାଇଲ ପକାଇବାକୁ ସେହି ଅର୍ଥ ରାଶି ମଞ୍ଜୁର ହୋଇଥିଲା। କିନ୍ତୁ ଠିକାଦାରର ମନମୂଖି ଦ୍ବାରା ସେଠାରେ ଏକ ବୈଠକ ମଣ୍ଡପ ନିର୍ମାଣ କରାଯାଇଥିବାରୁ ସ୍ଥାନୀୟ ଲୋକମାନେ ବହୁତ ଅସୋନ୍ତୋଷ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଙ୍କ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ଏହିପରି ଖଣ୍ଡପଡ଼ା ବ୍ଲକ ଏନ୍ ସି ର ପରିସର ରେ ଥିବା ମନ୍ଦିର ଉନ୍ନତି କରଣ ପାଇଁ ଅର୍ଥ ମଞ୍ଜୁର ରାଶି କୁ ସଠିକ କାର୍ଯ୍ୟ ରେ ନିୟୋଜିତ କରୁନାହାନ୍ତି ଠିକାଦାର ମାନେ ଏଥି ପ୍ରତି ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


Post a Comment