ଅଣଧାନ ଖାଦ୍ୟ ପ୍ରସ୍ତୁତି ଉପରେ ରୋଷେଇ ପ୍ରତିଯୋଗିତା
ସମ୍ବଲପୁର (ମଣିଭଦ୍ରା ଖବର)
କୁଚିଣ୍ଡା ବ୍ଲକ୍ ଅନ୍ତର୍ଗତ କିରାଶାସନ ଗ୍ରାମରେ ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଉକ୍ତ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ଅଣଧାନ ଖାଦ୍ୟ ପ୍ରସ୍ତୁତି ଉପରେ ରୋଷେଇ ପ୍ରତିଯୋଗିତା । ହୋଇଥିଲା । ସ୍ବେଚ୍ଛାସେବୀ ଅନୁଷ୍ଠାନ ସାର୍କ ପକ୍ଷରୁ କୁଚିଣ୍ଡା ବ୍ଲକ୍ର କିରାଶାସନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ କୁଚିଣ୍ଡା ଉପଜିଲ୍ଲାପାଳ ଡ.ଗୌରବମୟ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସାହିତ କରିଥିଲେ। କୃଷି ଜିଲ୍ଲା ଅଧୂକାରୀ କୁଚିଣ୍ଡା ପ୍ରସନ୍ନ ସ୍ବାଇଁ, କୃଷି ଜିଲ୍ଲା ଅଧୂକାରୀ ସମ୍ବଲପୁର ଜଗବନ୍ଧୁ ପଟେଲ, ଟଙ୍କଧର ନାଗ ଯୋଜନା ଅଧୂକାରୀ, ମୁଖ୍ୟ ଜିଲ୍ଲା କୃଷି କାର୍ଯ୍ୟାଳୟ, ସମ୍ବଲପୁର, ଲୀଡ ବ୍ୟାଙ୍କ ମ୍ୟାନେଜର ଏସ, ବି, ଆଇ, ସମ୍ବଲପୁର, ଦେବ କିଶୋର ନାଏକ, ଗୋଷ୍ଠୀ କୃଷି ଅଧୂକାରୀ କୁଚିଣ୍ଡା ଦିବ୍ୟସ୍ବରୂପ ପଣ୍ଡା, ଅତିରିକ୍ତ କୃଷି ଅଧୂକାରୀ କୁଚିଣ୍ଡା ସୁସ୍ମିତା କିରୋ, କୃଷି ବିଶେଷଜ୍ଞ ରଘୁମଣି ହୋତା ପ୍ରମୁଖ ସମ୍ମାନିତ ଅତିଥୂ ଭାବେ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ୩୬ଟି ଗୋଷ୍ଠୀ ଭାଗ ନେଇଥିଲେ ଏବଂ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଏସ, ଏଚ, ଜି ମହିଳା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସାର୍କ ସମ୍ପାଦକ ଅଶୋକ କୁମାର ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ସଭା ପରିଚାଳନା କରିଥିଲେ । ତିନି ଦିନ ଧରି ଚାଲିଥିବା ପ୍ରତିଯୋଗିତାରେ ମୋଟ ୩୬ ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଅଂଶ ଗ୍ରହଣ କରିଥିଲେ। ଅଣ ଧାନ ତଥା ମୁଗ ବିରି, କୋଳଥ, ମକା, ମାଣ୍ଡିଆ, ଚିନାବାଦାମ, ରାଶି ଓ ବିଭିନ୍ନ ପ୍ରକାର ପନିପରିବାରେ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ।କାର୍ଯ୍ୟକ୍ରମରେ କିରାଶାସନ, ସାତକମା, ବିଜାଡ଼ିହି, କୁଲେଇଗଡ଼, ପୁରୁଣାପାଣି, କୁଟୁରାଚୁଆଁ ଆଦି ଗାଁରୁ ପ୍ରତିନିଧୂମାନେ ଯୋଗ ଦେଇଥିଲେ । ଶେଷରେ ସାର୍କ୍ ର ସମ୍ପାଦକ ଅଶୋକ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق