BREAKING
Loading...
:

ବୌଦ୍ଧ ବ୍ଲକ ମୁରଶୁଣ୍ଢୀ ସ୍ଥିତ ଖେଳ ପଡିଆ ଠାରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଅନୁଷ୍ଠିତ

 ବୌଦ୍ଧ ବ୍ଲକ ମୁରଶୁଣ୍ଢୀ  ସ୍ଥିତ ଖେଳ ପଡିଆ ଠାରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଅନୁଷ୍ଠିତ 

ବୌଦ୍ଧ (ମଣିଭଦ୍ରା ଖବର) ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢ1 ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା  ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଠାରୁ ରାଜ୍ୟ ସ୍ତରୀୟ  ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଥିବା ବେଳେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁ ଆ, ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ,  ସାଂସଦ  ଙ୍କ ପ୍ରତିନିଧି ସରୋଜ କୁମାର ମେହେର, ବୌଦ୍ଧ ଗୋଷ୍ଠି ଉନ୍ନୟନ  ଅଧିକାରୀ ଯୁଧିଷ୍ଠିର ମେହେର ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସିଆରପି ମାନେ ଯୋଗ ଦେଇଥିଲେ |

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS