BREAKING
Loading...
:

ରାତି ଅଧରୁ କାଉଣ୍ଟର ବାହାରେ ଧାଡ଼ି ବାନ୍ଧିବା ମନା, ଜଣାନ୍ତୁ କତେବେଳେ ଆରମ୍ଭ ହେବ ଟିକେଟ ବିକ୍ରି.......

 ରାତି ଅଧରୁ କାଉଣ୍ଟର ବାହାରେ ଧାଡ଼ି ବାନ୍ଧିବା ମନା, ଜଣାନ୍ତୁ କତେବେଳେ ଆରମ୍ଭ ହେବ ଟିକେଟ ବିକ୍ରି.......*




କଟକ: କାଲିଠାରୁ ବାରବାଟିରେ ଅଫ ଲାଇନ୍ ଟିକଟ ବିକ୍ରି ହେବ । ସକାଳ ୧୦ଟାରୁ ଟିକଟ କାଉଣ୍ଟର ଖୋଲିବ ।

ଅଫ୍ ଲାଇନ୍ ଟିକଟ ବିକ୍ରି ପୂର୍ବରୁ ବାରବାଟୀ ସୁରକ୍ଷା ଯାଞ୍ଚ କରାଯାଇଛି । ଯାଞ୍ଚରେ ସାମିଲ ହେଲେ ଅତିରିକ୍ତ ସିପି ଓ କଟକ ଡିସିପି ।


ସୁରକ୍ଷା ପାଇଁ ୨୭ ପ୍ଲାଟୁନ୍ ପୋଲିସ ମୁତୟନ ହେବେ । ରାତିରୁ ଧାଡ଼ି ନ କରିବାକୁ ଡିସିପିଙ୍କ ପରାମର୍ଶ ।

ରାତିରୁ ଧାଡ଼ି କଲେ କାର୍ଯ୍ୟାନୁଷ୍ଠାନ ହେବ । ଚୋରୋରେ ଟିକଟ ବିକ୍ରି କଲେ ମିଳିବ ଦଣ୍ଡ ।


ସେହିପରି ବାରବାଟୀ ମ୍ୟାଚ୍ ପାଇଁ ତଳ ବାଲିଯାତ୍ରା ପଡ଼ିଆ ସହ ୫ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଆରଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ।


ନିର୍ଦ୍ଧାରିତ ଦରରେ ଖାଦ୍ୟ ମିଳିବ । ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଟିମ୍ ହେବ ଫୁଡ୍ ଇନସ୍ପକ୍ଟର ମଧ୍ୟ ରହିବେ ।


୯ରେ ହେବ ଖେଳ । ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବ ଲଢ଼େଇ । ବାରବାଟୀରେ ଖେଳ ହେବା ନେଇ ଓଡ଼ିଶାବାସୀ ବେଶ୍ ଉତ୍ସାହିତ ଅଛନ୍ତି ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS