BREAKING
Loading...
:

ବିବାଦଘେରରେ ବରିଷ୍ଠ କିରାଣୀ ଚର୍ଚ୍ଚାରେ ବ୍ଲକଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ

 ଶିକ୍ଷା ବିଭାଗରେ ଲାଞ୍ଚ କାରବାର 

ବିବାଦଘେରରେ ବରିଷ୍ଠ କିରାଣୀ ଚର୍ଚ୍ଚାରେ ବ୍ଲକଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ

 ଲାଞ୍ଚ ନେଉଛନ୍ତି ହେଲେ କାମ ନ କରି ପକାଇ ରଖି ହଇରାଣ କରୁଥିବା ଭଳି ଅଭିଯୋଗରେ ଛନ୍ଦି ହୋଇ ଏବେ ବିବାଦଘେରୋରେ ଶିକ୍ଷାବିଭାଗର ଜଣେ ବରିଷ୍ଠ କିରାଣୀ। ତେବେ ଏହି ଦାୟିତ୍ବହୀନ ଲାଞ୍ଚଖୋର ବଶିଷ୍ଠ କିରାଣୀଙ୍କ ବିରୋଧରେ ଆସିଥିବା ଲଜ୍ଜାଜନକ ଅଭିଯୋଗକୁନେଇ ଚର୍ଚ୍ଚାରେ ବ୍ଲକଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ । ମାତ୍ର ଏଭଳି ଅଭିଯୋଗକୁନେଇ ବିଭିନ୍ନ ସମୟରେ ଆଲୋଚନା ହେଉଥିଲେ ମଧ୍ୟ କେହି ମୁହଁ ଖୋଲିନଥିଲେ । ବିଳମ୍ବ ହେଲେ ମଧ୍ୟ ମୁହଁ ଖୋଲିଛନ୍ତି ଏବଂ ଗଣମାଧ୍ୟମ ଆଗରେ ବଖାଣିଛନ୍ତି । ଏଘଟଣା ହେଉଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର। ଏଠାରେ ସାମ୍ନାକୁ ଆସିଛି କାର୍ଯ୍ୟରତ ବରିଷ୍ଠ କିରାଣିଙ୍କ ବିରୁଦ୍ଧରେ ଲାଞ୍ଚ ନେବାର ସଙ୍ଗୀନ ଅଭିଯୋଗ। ଯଦିଓ ଲାଞ୍ଚନେବା ଓ ଦେବା କେବଳ ଆଇନଗତ ଅପରାଧ ନୁହେଁ ବରଂ ଏହା ନୈତିକତା ଓ ସାମାଜିକ ମୂଲ୍ୟବୋଧକୁ ଆଘାତ ପହଞ୍ଚାଇଥାଏ। ହେଲେ ଅନେକ ସମୟରେ ନିଜ ହକ ହାସଲ ପାଇଁ ଇଚ୍ଛାନଥାଇ ବି ଲାଞ୍ଚଦେଇ କାମ ହାତେଇବାକୁ ପଡ଼ିଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୋରଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ।କାର୍ଯ୍ୟାଳୟର ବରିଷ୍ଠ କିରାଣି ସଂଜୀବ କୁମାର ସେନାପତି ମୋରଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଭୋଳଘାଟି ପ୍ରାଥମିକ ବିଦ୍ୟାଳର ଶିକ୍ଷକ ଉଦୟ କୁମାର ମାହାନାଙ୍କ ଠାରୁ ତାଙ୍କ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କର B.ED certificate ଚାକିରୀରେ ସଂଯୋଗ କରିବା ପାଇଁ 2000ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ଆଣିଛନ୍ତି ଶିକ୍ଷକ ଜଣକ।


ଏହି ଅଭିଯୋଗ ମୋରଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ଏକବଡ଼ ପ୍ରଶ୍ନଚି଼ହ୍ନ ସୃଷ୍ଟି କରିବା ସହିତ  ଶିକ୍ଷା ବିଭାଗରେ ଏକ ଆଲୋଡନ ସୃଷ୍ଟି କରିଛି। 

 


ତେବେ ଏହି ଘଟଣା ସମାଜରେ ଶିକ୍ଷା ବିଭାଗର ପାରଦର୍ଶିତା ଏବଂ ନୈତିକତା ଉପରେ ପ୍ରଶ୍ନ ଉଠାଇ ଜନ ସାଧାରଣ କଡା ସମାଲୋଚନା କରିବା ସହିତ ଘଟଣାର ତଦନ୍ତ କରି ଲାଞ୍ଚୁଆ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS