BREAKING
Loading...
:

ବାତଜ୍ବର ସମ୍ପର୍କରେ ସଚେତନତା କର୍ମଶାଳା ।

 ବାତଜ୍ବର ସମ୍ପର୍କରେ ସଚେତନତା କର୍ମଶାଳା ।

ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ)  ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟଖଣ୍ଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଆୟୋଜନ କ୍ରମେ , କୁଷ୍ଠରୋଗ ଓ ବାତଜ୍ବର ର କାରଣ ଓ ନିରାକରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଦଶପଲ୍ଲା ଅଞ୍ଚଳରେ ଥିବା ପ୍ରାୟ ୨୦ଟି ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା. ବନମାଳି ପ୍ରଧାନ, ଦଶପଲ୍ଲା ହସ୍ପିଟାଲ ମୁଖ୍ୟ ଡା. ସନ୍ଦୀପ ସ୍ବାଇଁ, ପୂର୍ଣ୍ଣଚନ୍ଦ୍ର କବି, ମଧୁସ୍ମିତା ସାହୁ, ଆନନ୍ଦ କୁମାର ପଟେଲ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଏ ବିଷୟରେ ଅବଗତ କରାଇବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହାସହ କୃଷ୍ଣପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟ ଛାତ୍ରୀମାନଙ୍କୁ ନେଇ କଲେଜ ପରିସରରେ ମଧ୍ୟ ସଚେତନ‌ତା କାର୍ଯ୍ୟକ୍ରମ କରାଯାଇଥିଲା। ଅଧ୍ୟକ୍ଷା ଡ. ପୂର୍ଣ୍ଣିମାସୀ ଦେବୀ, ଡିଗ୍ରି କଲେଜ ଅଧ୍ୟକ୍ଷା ଦୁର୍ଗାବତୀ ଆଚାର୍ଯ୍ୟ ଏବଂ ଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ମଧ୍ୟଖଣ୍ଡ ସିଏଚ୍‌ସି ସୁପରଭାଇଜର ମନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS