BREAKING
Loading...
:

 ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢ଼ାଇଛି ୟୁଏଆଇଏଲ ଖଣି ପ୍ରକଳ୍ପ


 .ସ୍ୱାବଲମ୍ବନ ଅଭିଯାନ ଜରିଆରେ ୭୪ଜଣ ଦିବ୍ୟାଙ୍ଗଙ୍କୁ ଜୀବନ ରକ୍ଷାକାରୀ କୀଟ ପ୍ରଦାନ



 ଟିକିରି ( ମଣିଭଦ୍ରା ଖବର) ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲାର ଏକ ସହଯୋଗୀ କମ୍ପାନୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢାଇବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି କ୍ରମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚିହ୍ନଟ ସହ ସେମାନଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି l ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ଖଣି ପ୍ରକଳ୍ପ ତରଫରୁ ସାମାଜିକ ଦାୟିତ୍ୱବୋଧ ଅଭିଯାନ ଅଧୀନରେ ଦୁଇଦିନିଆ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରାୟଗଡା ଓ କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ସ୍ଥିତ ବ୍ଲକ କାର୍ଯ୍ୟାଳୟ ଏବଂ କାଶିପୁର ବ୍ଲକ୍ ଟିକିରି ଡୋରଗୁଡା ସ୍ଥିତ କ୍ଲବ ହାଉସ ଠାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ନେଇ ଆୟୋଜିତ ହୋଇଥିଲା l କାର୍ଯ୍ୟକ୍ରମରେ ମୋଟ ୭୪ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପୂର୍ବରୁ ଆୟୋଜିତ ସ୍ୱାସ୍ଥ୍ୟ କ୍ୟାମ୍ପରେ ଚିହ୍ନଟ କରାଯିବା ପରେ ସେମାନଙ୍କୁ ବିଭିନ୍ନ ଜୀବନ ରକ୍ଷାକାରୀ ଉପକରଣ ପ୍ରଦାନ କରାଯାଇଛି l ଉକ୍ତ ଉପକରଣ ଯଥା , ଆଶାବାଡୀ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଗମନାଗମନ ସୁଗମ ସକାଶେ ଭୀଲ ଚେୟାର ଓ ଅନ୍ୟାନ୍ୟ ଶଯ୍ୟକାରୀ ସାଧନ ଇତ୍ୟାଦି ପ୍ରଦାନ ହୋଇଛି l ଏହି କାର୍ଯ୍ୟକ୍ରମ କମ୍ପାନୀ ଖଣି ପ୍ରକଳ୍ପ ଅଧୀନରେ ସ୍ୱାବଲମ୍ବନ ଯୋଜନା ଅନ୍ତର୍ଗତ କାର୍ଯ୍ୟକାରୀ ହୋଇଥିବା ସ୍ଥଳେ ଓପନ ଲର୍ଣ୍ଣିଙ୍ଗ ସିଷ୍ଟମ ସହଭାଗିତାରେ ସଫଳ ରୂପାୟନ ହୋଇଛି l ଏହା କମ୍ପାନୀର ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ ପ୍ରତି ପ୍ରତିବଦ୍ଧତା ଦର୍ଶାଇଥିବା ବେଳେ ଆଗାମୀ ଦିନରେ ଅନୁରୂପ କମ୍ପାନୀ ଓ ଏହାର ଆଖପାଖ ଅଞ୍ଚଳରେ ସମ୍ପ୍ରତି ଉନ୍ନତିମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଖଣି ସିଏସଆର ମୁଖ୍ୟ ନିହାରିକା ସାହୁ ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ଖଣି ସିଏସଆର ମୁଖ୍ୟ ନିହାରିକା ସାହୁଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଖଣିଜ ପାଣ୍ଠି ସମନ୍ୱୟ ଅଧିକାରୀ ପ୍ରଶାନ୍ତ ମିଶ୍ର, ଥୁଆମୁଲ ରାମପୁର ବ୍ଳକ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲିଙ୍କ ସମେତ ଶିଶୁ ବିକାଶ ଓ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS