BREAKING
Loading...
:

ଲଷ୍ମୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ମହାଡମ୍ବରରେ ସମାପିତ

 ଲଷ୍ମୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ମହାଡମ୍ବରରେ ସମାପିତ 

ଦଶପଲ୍ଲା( ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମର ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପରିସରରେ ଲଷ୍ମୀ ମନ୍ଦିର ର ପ୍ରତିଷ୍ଠା ତଥା ମୃଣ୍ମୟୀ ମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ ସମାପନ  ହୋଇଛି। ବହୁ ପୁରାତନ ଯୁଗରୁ ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ରହିଅଛି। ମାତ୍ର ମନ୍ଦିର ନିକଟରେ ମା ଲଷ୍ମୀ ଙ୍କ ମନ୍ଦିର ଟିଏ ପାଇଁ ପ୍ରଚେଷ୍ଟା ଚାଲିଥିଲା। ତେବେ ଅନେକ ବର୍ଷ ପ୍ରତୀକ୍ଷା ର ଅନ୍ତ ଘଟି ନୂତନ ଭାବେ ମା ଲଷ୍ମୀ ଙ୍କ ମନ୍ଦିର ଗଢି ଉଠିବା ସହିତ ମନ୍ଦିର ର ରତ୍ନମୁଦ କାର୍ଯ୍ୟ ସମାପନ ହୋଇସାରିବା ପରେ ମନ୍ଦିର ର ପ୍ରତିଷ୍ଠା କାର୍ଯ୍ୟକ୍ରମ ଗୁରୁବାର ଦିନ ଆରମ୍ଭ ହୋଇଥିଲା । ଗୁରୁବାର ଦିନ ଅଙ୍କୁରାରୋପଣ କାର୍ଯ୍ୟ ଆରମ୍ଭ କଳସ ଶୋଭାଯାତ୍ରା ରୁ ଆରମ୍ଭ ହୋଇଥିଲା। ଶୁକ୍ରବାର ଓ ଶନିବାର ଦିନ ସୂର୍ଯ୍ୟପୂଜା ରୁ ଆରମ୍ଭ କରାଯାଇ ଯଂଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶୁକ୍ରବାର ଓ ଶନିବାର ଦିନ ସନ୍ଧ୍ୟାରେ ବିଶିଷ୍ଟ ପ୍ରବଚକ ଶ୍ରୀପାଦ ତୋଷଣ ମାଧବ ଦାସ ଙ୍କ ଦ୍ୱାରା ପ୍ରବଚନ ଦିଆଯାଇଥିଲା। ରବିବାର ଦିନ ମା ଲଷ୍ମୀ ଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ ର ପୂର୍ଣ୍ଣାହୁତି କରାଯାଇଥିଲା।ଗ୍ରାମର ହଜାର ହଜାର ମହିଳା ପୁରୁଷ,ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଜଗନ୍ନାଥ ପ୍ରେମୀ ଏ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ। ଖୋଳ କୀର୍ତ୍ତନ ର ତାଳେ ତାଳେ ଜୟ ଜୟ କାର ଧ୍ୱନି ତଥା ମା ମାନଙ୍କ ହୁଳହୁଳି ସହିତ ଲଷ୍ମୀ ମାଙ୍କ ସହସ୍ର ନାମରେ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଥିଲା। ସାରା ପରିବେଶ ଭକ୍ତି ମୟ ପରିବେଶ ହୋଇଉଠିଥିଲା। ଏ କାର୍ଯ୍ୟକ୍ରମ ରେ ଖଣ୍ଡପଡ଼ା ରାଜା ଙ୍କ ଉତ୍ତାରିଧାକରି ସିଦ୍ଧାର୍ଥ ଶେଖର ସିଂ ମର୍ଦରାଜ ଙ୍କ ଦ୍ୱାରା ସମାପନ କାର୍ଯ୍ୟ କରାଯାଇଥିଲା।ସୂଚନା ଯୋଗ୍ୟ ଯେ ଲଷ୍ମୀ ମୂର୍ତ୍ତି ଟିକୁ ଗ୍ରାମର ଭିକାରୀ ଚରଣ ସାହୁ ପ୍ରଦାନ କରିଛନ୍ତି ଓ ଅନ୍ୟ ପାର୍ଶ୍ଵ ଦେବତା ଗୁଡିକୁ ମଧ୍ୟ  ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ ହୋଇଛି।ମନୋରଞ୍ଜନ ମିଶ୍ର,ଲୋକନାଥ ପ୍ରଧାନ,ମୃତ୍ୟୁଞ୍ଜୟ ପ୍ରଧାନ,ପ୍ରହଲ୍ଲାଦ ପରିଡା, ଦୁର୍ୟୋଧନ ବାରିକି, ଅଭିମନ୍ୟୁ ପରିଡା, ଯୁଧିଷ୍ଠିର ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ଦିପ୍ତୀରଂଜନ ରଥ, ଜିତେନ୍ଦ୍ର କୁମାର ସ୍ୱାଇଁ, ପ୍ରଦୀପ୍ତ ସାସମଲ ଓ ଗ୍ରାମର ଅନ୍ୟ ସମସ୍ତ ଜନସାଧାରଣ ଏଥିରେ ସହଯୋଗ କରିଥିଲେ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS