BREAKING
Loading...
:

ଅଭିନୟ ଜଗତ ତରଫରୁ ଦେଶାତ୍ମବୋଧକ କାର୍ଯ୍ୟକ୍ରମ 'ତ୍ରିରଙ୍ଗା' ଆୟୋଜିତ

 ଅଭିନୟ ଜଗତ ତରଫରୁ ଦେଶାତ୍ମବୋଧକ କାର୍ଯ୍ୟକ୍ରମ 'ତ୍ରିରଙ୍ଗା' ଆୟୋଜିତ

ବ୍ରହ୍ମପୁର( ମଣିଭଦ୍ରା ଖବର ) ବ୍ରହ୍ମପୁରସ୍ଥିତ ଉତ୍କଳ ଆଶ୍ରମର ମୁକ୍ତମଞ୍ଚରେ ଅଭିନୟ ଜଗତ ତରଫରୁ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ 'ତ୍ରିରଙ୍ଗା' ଆୟୋଜିତ ହୋଇଯାଇଛି l ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି ଥିବାବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର  ବିଶିଷ୍ଠ ଅତିଥି ଭାବେ ଯୋଗ ଦେଇ  ଦେଶ ସ୍ୱାଧୀନତା ସହିଦ ହୋଇଥିବା ସଂଗ୍ରାମୀ ମାନଙ୍କୁ ମନେ ପକାଇଥିଲେ l ଖ୍ୟାତନାମା ମଞ୍ଚଉପସ୍ଥାପକ ହୃଷିକେଶ ପାଣିଗ୍ରାହୀ ଦେଶର ସୁରକ୍ଷା ପାଇଁ ଉପାନ୍ତ ଅଂଚଳରେ କାର୍ଯ୍ୟରତ ସୈନିକମାନଙ୍କୁ  ତ୍ୟାଗ ଉପରେ ଆଲୋଚନା କରି ସେମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ l ବିଶିଷ୍ଟ ସାହିତ୍ୟିକ ଇ ଯାମିନୀକାନ୍ତ ଦାସ, ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ ସିଦ୍ଧାର୍ଥ ପାଢ଼ୀ ଏବଂ ନାଳନ୍ଦାଶ୍ରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କାଳିଚରଣ ସାହୁ ପ୍ରମୁଖ  ଅତିଥି ଭାବେ ଯୋଗଦେଇ ଦେଶ ଓ ଜାତି ପାଇଁ ପ୍ରାଣବଳି ଦେଇଥିବା ସହୀଦ ମାନଙ୍କୁ ସ୍ମରଣ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଦେଶପ୍ରେମୀ ହେବାକୁ ଆହ୍ୱାନ କରିଥିଲେ l  ଅଭିନୟ ଜଗତର ସମ୍ପାଦକ ଡ ମିହିର କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପରିଚାଳକ ରବୀନ୍ଦ୍ର କୁମାର ନାୟକ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଅଶୋକ ବ୍ରହ୍ମା, ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦିପ କୁମାର୍ ସାହୁ ,ଉଷାରାଣୀ ମହାପାତ୍ର  କୈଳାଶ ପାଣିଗ୍ରାହୀ ଓ ଅନିଲ କୁମାର ପାତ୍ର ପ୍ରମୁଖ ମଂଚାସୀନ ଥିଲେ l  ସୁଦିପ ସାହୁ, ସାର୍ଥକ ପାଢ଼ୀ, ନବକିଶୋର ମହାପାତ୍ର, ଡ ଚନ୍ଦନ ଗନ୍ତାୟତ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନର ପ୍ରାୟ ୧00 ଛାତ୍ରଛାତ୍ରୀ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ l ତ୍ରିପତି ନାୟକ,  ବିନାୟକ ହୋତା, ସରୋଜ ପଣ୍ଡା, ଆପ୍ପା ରାଓ ପ୍ରମୁଖ ସହଯୋଗ କରିଥିଲେ l

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS