ଆଜି ଭାଲେଣ୍ଟାଇନ୍ସ ସପ୍ତାହର ପଞ୍ଚମ ଦିନ ‘ପ୍ରମିଜ୍ ଡେ’; ଅତୁଟ ପ୍ରେମର ପ୍ରତିଶ୍ରୁତି |
କଟକ (ମାନସ କୁମାର ସାହୁ) ପ୍ରେମ ଏକ ସୁନ୍ଦର ତଥା ଶାଶ୍ୱତ ଅନୁଭବ। ଏଥିପାଇଁ କୌଣସି ଖାସ୍ ଦିନର ଆବଶ୍ୟକତା ନ ଥାଏ। ତଥାପି ଫେବୃଆରୀ ମାସରେ ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀଙ୍କ ପାଇଁ ଖାସ୍ ହୋଇଥାଏ। ଭାଲେଣ୍ଟାଇନ୍ସ ସପ୍ତାହର ପଞ୍ଚମ ଦିନ ହେଉଛି ପ୍ରମିଜ୍ ଡେ’ । ରୋଜ୍ ଡେ, ପ୍ରପୋଜ ଡେ’, ଚକୋଲେଟ ଡେ’, ଟେଡି ଡେ’ ପରେ ଆଜି ହେଉଛି ପ୍ରମିଜ୍ ଡେ’ । ଫେବୃଆରୀ ମାସ ୧୧ ତାରିଖରେ ସବୁ ପ୍ରେମିକ ପ୍ରେମିକା ପରସ୍ପରକୁ ସାରା ଜୀବନ ଏକାଠି ରହିବାକୁ ପ୍ରତିଶ୍ରୁତି ଦେଇଥାନ୍ତି। ଏକ ସୁନ୍ଦର ଓ ମଜଭୁତ ସମ୍ପର୍କର ଆଧାର ହେଉଛି ପ୍ରତିଶ୍ରୁତି। ଏଣୁ ପ୍ରମିଜ୍ ଡେ ଅବସରରେ ସବୁ ପ୍ରେମୀଯୁଗଳ ପରସ୍ପରକୁ ସୁଖ, ଦୁଃଖ, ଭଲମନ୍ଦରେ ଏକାଠି ରହିବା ପାଇଁ ହାତରେ ହାତ ଛନ୍ଦି ପ୍ରତିଶ୍ରୁତି ଦେଇଥାନ୍ତି। ପ୍ରେମ ସମ୍ପର୍କରେ ପ୍ରତିଶ୍ରୁତି ଏକ ମହୌଷଧି ଭଳି କାମ କରିଥାଏ। ଏଇ ଟିକକ ପ୍ରତିଶ୍ରୁତି ପ୍ରେମୀଯୁଗଳଙ୍କୁ ପରସ୍ପର ପାଇଁ ବଞ୍ଚିବା ନମନ୍ତେ ରାହା ଦେଖାଇଥାଏ। ଏହାଦ୍ବାରା ସମ୍ପର୍କ ମଜଭୁତ ହୁଏ। ଏହି ଦିନରେ କୌଣସି ପରିସ୍ଥିତିରେ କେହି କାହାରି ହାତ ନ ଛାଡ଼ିବା ପାଇଁ ପ୍ରତିଜ୍ଞା ନେଇ ଆଗକୁ ବଢ଼ିଥାନ୍ତି। ଜୀବନରେ କେବେ ବି କେହି କାହା ବିଶ୍ୱାସ ଭାଙ୍ଗିବେ ନାହିଁ ବା ବିଶ୍ବାସ ସହ ଖେଳିବେ ନାହିଁ ବୋଲି ଏହି ଦିନ ପରସ୍ପରକୁ ପ୍ରତିଶ୍ରୁତି ଦେଇଥାନ୍ତି।
ମଣିଭଦ୍ରା ଖବର, କଟକ


إرسال تعليق