କେବଳ ଅସମର୍ଥ ମାତାପିତାଙ୍କୁ ଭରଣପୋଷଣ ଦେବେ ପୁଅଝିଅ: ହାଇକୋର୍ଟ
ବାପାଙ୍କୁ ଭରଣପୋଷଣ ଦେବା ପାଇଁ ପୁଅକୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରି ରାୟ ଶୁଣାଇଛନ୍ତି ଯେ, ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ ଅନୁସାରେ, କେବଳ ଜଣେ ବରିଷ୍ଠ ନାଗରିକ ହୋଇଗଲେ ସନ୍ତାନ ବା ସମ୍ପର୍କୀୟଙ୍କ ନିକଟରୁ ଭରଣପୋଷଣ ପାଇବା ପାଇଁ ହକଦାର ହେବେ ନାହିଁ ।
ଯଦି ବରିଷ୍ଠ ନାଗରିକ ଜଣକ ରୋଜଗାର କରିବାକୁ ଅସମର୍ଥ ଥିବେ ଅଥବା ତାଙ୍କର ଆୟର କୌଣସି ପନ୍ଥା ନଥିବ ତେବେ ସେ ଭରଣପୋଷଣ ପାଇବା ପାଇଁ ହକଦାର ହେବେ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଜ ପାଳନ ପୋଷଣରେ ଅସମର୍ଥ ବରିଷ୍ଠ ନାଗରିକଙ୍କୁ ଯଦି ତାଙ୍କ ସନ୍ତାନ ବା ସଂପର୍କୀୟ ଉପେକ୍ଷା କରୁଥିବେ ତେବେ ଏଭଳି କ୍ଷେତ୍ରରେ ଭରଣପୋଷଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ । ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment